ରାଜନୀତିରୁ ଆରମ୍ଭ କରି ବଲିଉଡ ଯାଏଁ, ଯେଉଁମାନଙ୍କ ଭଉଣୀ ବିଷୟରେ ଆପଣ କେବେ ବି ଜାଣିନଥିବେ

ଆଗକୁ ଆସୁଛି ରାକ୍ଷୀପୂର୍ଣ୍ଣିମା । ଏହି ଦିନର ମହତ୍ୱ ସବୁ ଭଉଣୀ ପାଇଁ କିଛି ଅଲଗା ରହିଥାଏ। ସବୁ ଭାଇଙ୍କର ଶୁଭ କାମନା କରିବା ସହ ସବୁ ବିପଦରୁ ରକ୍ଷା କରିବା ପାଇଁ ଭାଇ ହାତରେ ରାକ୍ଷୀଟିଏ ବାନ୍ଧିଥାଏ ଭଉଣୀ। ଏ ସମ୍ପର୍କ କେବଳ ନିଜ ରକ୍ତର ଭାଇ ନୁହେଁ ବରଂ ବିପଦଆପଦ ବେଳେ ସାହାଯ୍ୟ କରିଥିବା ଭାଇଟିଏ ହାତରେ ମଧ୍ୟ ରାକ୍ଷୀ ବନ୍ଧାଯାଏ। କେବଳ ଏତିକି ନୁହେଁ ରାଜନୀତି ଠାରୁ ବଲିଉଡ ଯାଏଁ ଏପରି କିଛି ଭାଇ ଭଉଣୀଙ୍କ ସମ୍ପର୍କ ରହିଛି, ଯାହା ନିଜ ମଧ୍ୟରେ ରକ୍ତର ସମ୍ପର୍କ ନଥିଲେ ମଧ୍ୟ ପ୍ରତିବର୍ଷ ଏମାନେ ରାକ୍ଷୀ ବାନ୍ଧିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବଲିଉଡର ଦବଙ୍ଗ ଖାନଙ୍କ ଏପରି ଭଉଣୀ ରହିଛନ୍ତି, ଯେଉଁମାନେ ପ୍ରତିବର୍ଷ ରାକ୍ଷୀ ବାନ୍ଧିଥାନ୍ତି।

ନରେନ୍ଦ୍ର ମୋଦି:

modi

ପାକିସ୍ତାନୀ ବଂଶୋଦ୍ଭବ ମହିଳା କମର ମୋହାସିନ ଶେଖ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରାକ୍ଷୀ ବାନ୍ଧିଥାନ୍ତି। ମୋହାସିନଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲେ ମଧ୍ୟ ନିଜକୁ ଭାରତୀୟ ବୋଲି ଗର୍ବ କରନ୍ତି। ଏକ ସାକ୍ଷାତକାରର ଶେଖ କହିଥିଲେ, ବିବାହ କରିବା ପରେ ସେ ଭାରତକୁ ଆସିବା ପରେ ତାଙ୍କ ବାପ ଘର ବହୁତ ମନେ ପଡୁଥିଲା। ଭାରତରେ ତାଙ୍କର କେହି ବି ସମ୍ପର୍କୀୟ ନଥିଲେ। ସଂଘର କାର୍ଯ୍ୟକର୍ତ୍ତା ଥିବା ସମୟରେ ମୋଦିଜୀଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ବିଭିନ୍ନ କାର୍ଯ୍ୟ ପାଇଁ ମୋଦିଙ୍କ ସହିତ ଦେଖା ସାକ୍ଷାତ ହୁଏ। ଥରେ ରାକ୍ଷୀ ଦିନ ମୋଦିଙ୍କୁ ସାକ୍ଷାତ କରିବା ସମୟରେ ଶେଖ ମୋଦିଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ପଚାରିଥିଲେ ଏଥିରେ ତୁରନ୍ତ ମୋଦି ରାଜି ହୋଇ ହାତ ବଢାଇଦେଇଥିଲେ। ସେବେଠାରୁ ଶେଖ ମୋଦିଙ୍କ ହାତରେ ଏପର୍ଯ୍ୟନ୍ତ ରାକ୍ଷୀ ବାନ୍ଧି ଆସୁଛନ୍ତି।

ଶତ୍ରୁଘ୍ନ ସିହ୍ନା:

ଅଭିନେତାରୁ ରାଜନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା ପ୍ରତିବର୍ଷ ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ଜେନେରାଲ ମହମ୍ମଦ ଜିୟାଉଲ ହକଙ୍କ ଝିଅ ଜେନ ଜିୟାଙ୍କ ହାତରୁ ରାକ୍ଷୀ ବାନ୍ଧନ୍ତି। ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ଯେତେ ଖରାପ ସ୍ଥିତି ହେଲେ ମଧ୍ୟ ଗତ ୨୫ ବର୍ଷ ହେଲାଣି ଶତ୍ରୁଘ୍ନ ହାତରେ ରାକ୍ଷୀ ବାନ୍ଧିଥାନ୍ତି ଜିୟା।

ସଲମାନ ଖାନ:

ବଲିଉଡର ଦବଙ୍ଗ ଖାନ ସଲମାନ ଖାନ ଭଉଣୀ ଅର୍ପିତାଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ପ୍ରାୟତଃ ଏହା ସମସ୍ତେ ଜାଣିଥିବେ। ସଲମାନଙ୍କ ଦୁଇ ଭଉଣୀ ଅର୍ପିତା ଏବଂ ଅଲବୀରା ରହିଛନ୍ତି। ପ୍ରତିବର୍ଷ ସଲମାନଙ୍କ ହାତରେ ଦୁହେଁ ରାକ୍ଷୀ ବାନ୍ଧନ୍ତି।

ଗୌରୀ ଏବଂ ସାଜିଦ ଖାନ:

Gauri-Khan-and-Sajid-Khan

ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ପ୍ରତିବର୍ଷ ନିର୍ଦ୍ଦେଶକ ସାଜିଦ ଖାନଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି। ଏମାନେ ସମ୍ପର୍କରେ ଭାଇ ଭଉଣୀ ହୋଇନଥିବା ସତ୍ୱେ ଗୌରୀ ପ୍ରତିବର୍ଷ ରାକ୍ଷୀ ବାନ୍ଧିଥାନ୍ତି। ଶାହାରୁଖ ଏବଂ ଫରାହ ବହୁତ ଉତ୍ତମ ବନ୍ଧୁ। ଖାସ୍‌ ଏଥିପାଇଁ ସାଜିଦ ଏବଂ ଗୌରୀଙ୍କ ମଧ୍ୟରେ ଏପରି ନିବିଡ ସମ୍ପର୍କ ରହିଛି।

କ୍ୟାଟ୍ରିନା କୈଫ ଏବଂ ଅଜୁର୍ନ କପୁର:

ଫିଲ୍ମ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ସଲମାନ ଖାନ କ୍ୟାଟ୍ରିନାଙ୍କୁ ଅଜୁର୍ନଙ୍କ ସହିତ ସାକ୍ଷାତ କରାଇଥିଲେ। ସେବେଠାରୁ କ୍ୟାଟ୍ରିନା ଅଜୁର୍ନଙ୍କୁ ଭାଇ ବୋଲି ମାନନ୍ତି ଏବଂ ପ୍ରତିବର୍ଷ ଅଜୁର୍ନଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି।

ଦୀପିକା ପାଦୁକୋନ ଏବଂ ଜଲାଲ:

dipuu

ଦୀପିକା ପାଦୁକୋନଙ୍କର କୌଣସି ନିଜ ଭାଇ ନଥିଲେ ମଧ୍ୟ ସେ ନିଜର ଅଙ୍ଗରକ୍ଷକ ଜଲାଲଙ୍କୁ ହିଁ ପ୍ରତିବର୍ଷ ରାକ୍ଷୀ ବାନ୍ଧନ୍ତି। ଗତ କିଛି ବର୍ଷ ହେବ ଦୀପିକା ଜଲାଲଙ୍କୁ ରାକ୍ଷୀ ବାନ୍ଧୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.