ରାତି ୩ଟାରେ ପ୍ରେମିକଙ୍କୁ ‘ସରି’ କହିବା ପାଇଁ ଯାଇଥିଲେ ପ୍ରେମିକା, ଧରାପଡି ଦରମରା ହେଲେ ଯୁବତୀ

ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଜଣେ ଝିଅକୁ ନିଜ ପ୍ରେମିକଙ୍କୁ ‘ସରି’ କହିବା ପଡିଲା ମହଙ୍ଗା। ରାତି ୩ଟା ସମୟରେ ପ୍ରେମିକଙ୍କୁ ସରି କହିବା ପାଇଁ ପ୍ରେମୀକଙ୍କ ଗାଁରେ ପହୁଁଚିଥିବା ଯୁବତୀକୁ ଚୋର ଭାବି ଗାଁଲୋକେ ଲାଠି ଏବଂ କୁରାଢ଼ିରେ ତାଙ୍କୁ ଆକ୍ରମଣ କଲେ।

ସ୍ଥାନୀୟ ପୋଲିସର କହିବାନୁଯାୟୀ ଏହି ୧୭ ବର୍ଷର ଯୁବତୀ ନିଜ ପ୍ରେମିକଙ୍କୁ ଭେଟିବା ଏବଂ ତାଙ୍କୁ ସରି କହିବା ପାଇଁ ପ୍ରେମିକଙ୍କ ଗାଁରେ ପହଁଚିଥିଲେ। କିଶୋରୀଙ୍କୁ ତାଙ୍କ ଗାଁରେ ଛାଡିବା ପାଇଁ ପ୍ରେମିକ ଜଣଙ୍କ ତାଙ୍କ ସାଙ୍ଗକୁ ଡାକିବାକୁ ଯାଇଥିଲେ। ଏହି ସମୟରେ କୁକୁରକୁୁ ଡରି ଯୁବତୀ ଜଣଙ୍କ ପାଖରେ ଥିବା ଘରର ବାଥରୁମକୁ ପଶିଗଲେ।

ଏହାସହ ପଢନ୍ତୁ : ୪-ଷ୍ଟାର୍ ହୋଟେଲରେ ବିଦେଶୀ ଯୁବତୀଙ୍କ ସହ ବନ୍ଧୁତା କଲେ, ପୁଣି ସି-ବିଚରେ କଲେ ଦୁଷ୍କର୍ମ

ଏହି ସମୟରେ ଗ୍ରାମବାସୀଙ୍କ ନଜର ଯୁବତୀଙ୍କ ଉପରେ ପଡିଲା ଏବଂ ତାଙ୍କୁ ଚୋର ଭାବି ଲାଠି ଏବଂ କୁରାଢ଼ିରେ ଆକ୍ରମଣ କରିଦେଲେ। ପ୍ରେମିକାଙ୍କୁ ମାଡ ଆକ୍ରମଣରେ ଗୁରୁତର ଦେଖି ପ୍ରେମିକ ସ୍ଥାନୀୟ ପୋଲିସକୁ ଘଟଣାର ସୂଚନା ଦେଲେ। ଯାହାପରେ ପୋଲିସ ଘଟଣାସ୍ଥଳରେ ପହଁଚି ଗୁରୁତର ଯୁବତୀଙ୍କୁ ହସପିଟାଲରେ ଭର୍ତ୍ତୀ କରାଇଥିଲା। ଘଟଣାରେ ପୋଲିସ ଅନେକ ଗ୍ରାମବାସୀଙ୍କୁ ନିଜ ହେପାଜତକୁ ନେଇ ପଚରାଉଚୁରା ଜାରୀ କରିଛି।