Below header

ଖାଁ ଖାଁ ବିନ୍ଦୁ ସାଗର, ପୟାଶ୍ରାଦ୍ଧରେ ବାରଣ କରାଯାଇଥିବାରୁ ଶ୍ରଦ୍ଧାଳୁ ଶୂନ୍ୟ ଲିଙ୍ଗରାଜ ମନ୍ଦିର

କେନ୍ୟୁଜ୍(ବ୍ୟୁରୋ):ରାଜଧାନୀରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ଯ ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁ ସାଗରରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନକୁ ବାରଣ କରାଯାଇଛି। ଦୀପାବଳୀ ଅବସରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁ ସାଗର ନିକଟରେ ହେଉଥିବା ଗହଳି ଉପରେ ବିଏମସି ଲଗାଇଛି କଟକଣା। ଫଳରେ ଆଜି ପିତ୍ରୁପୁରୁଷଙ୍କ ତର୍ପଣ ଓ ଶ୍ରାଦ୍ଧ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ନାହିଁ। କେବଳ ସେତିକି ନୁହଁ ସନ୍ଧ୍ଯାରେ ମଧ୍ଯ ବଡବଡୁଆ ଡାକ ପାଇଁ କେହି ମଧ୍ଯ ଆସିପାରିବେ ନାହିଁ। ପ୍ରତିବର୍ଷ ଦୀପାବଳୀରେ ବିନ୍ଦୁ ସାଗର କୂଳ ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ନିକଟରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ। କରୋନା ଯୋଗୁଁ ଏହାକୁ ଏବର୍ଷ ବିଏମସି ବନ୍ଦ କରିଛି।

ବିଏମସିର ଗାଇଡଲାଇନ ଅନୁସାରେ କୋଭିଡକୁ ଆଖି ଆଗରେ ରଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଭୂବନେଶ୍ୱରରେ କରୋନା ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବାରୁ ଏଭଳି ପଦକ୍ଷେପ ନେଇଛି ବିଏମସି। ଯଦି ପ୍ରବଳ ଗହଳି ହୁଏ ତା ହେଲେ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ବିଏମସି ନିର୍ଦ୍ଦେଶନାମା ଜାରି କରି ବାରଣ କରିଛି। ଫଳରେ ମନ୍ଦିର ପରିସର ଓ ବିନ୍ଦୁସାଗର କୂଳ ଖାଁ ଖାଁ ଦିଶୁଛି। ଏହା ସହ ଶ୍ରଦ୍ଧାଳୁ ମାନେ ମଧ୍ଯ ଅସନ୍ତୁଷ୍ଟ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.