Below header

ଗତ ଦେଢବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଆସୁଛନ୍ତି, ଚାରିଦୁଆର ଖୋଲିବା ଦାବିରେ ଅଡି ବସିଛି ଓକିଲ ସଂଘ

ପୁରୀ(କେନ୍ୟୁଜ୍): ଜଗା ଦର୍ଶନ ନେଇ ଓକିଲ ସଂଘର ଆନ୍ଦୋଳନ ଚେତାବନୀ । ସଂଘର କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗତ ଦେଢବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଆସୁଛନ୍ତି । ଏନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ପରେ ନଭେମ୍ବର ୧ରୁ ପୁରୀବାସୀଙ୍କ ପାଇଁ ପଶ୍ଚିମଦ୍ଵାର ଦେଇ ଦର୍ଶନ ବ୍ୟବସ୍ଥା ଚାଲୁ ରହିଛି । ତେବେ ପୂର୍ବପରି ସ୍ଥାନୀୟ ବାସୀନ୍ଦାଙ୍କ ପାଇଁ ଚାରିଦୁଆର ଖୋଲିବା ଦାବିରେ ଅଡି ବସିଛି ଓକିଲ ସଂଘ ।

bar protest2

ଏହାସହ ଶୃଙ୍ଖଳିତ ଦର୍ଶନ ନାଁରେ ଲମ୍ବା ବ୍ୟାରିକେଡ ସହ ଅସ୍ଥାୟୀ ସେଡ୍‌ ନିର୍ମାଣକୁ ବିରୋଧ କରାଯାଇଛି । ସେହିପରି ଟାଟା ପାୱାର ଲିମିଟେଡ଼ ଗ୍ରାହକ ମାରଣ ନୀତିକୁ ସଂଘ ସମାଲୋଚନା କରିଛି । ୧୫ଦିନ ମଧ୍ୟରେ ଏସବୁ ଦିଗରେ ପ୍ରଶାସନ ପଦକ୍ଷେପ ନନେଲେ ସଂଘ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଅନ୍ୟପଟେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.