ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବିରେ ରାମକୋ କମ୍ପାନୀକୁ ଘେରିଲା ଧର୍ମଶାଳା ବିକାଶ ପରିଷଦ

ଯାଜପୁର (କେନ୍ଯୁଜ୍) : ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା ଦାବିରେ ରାମକୋ କମ୍ପାନୀକୁ ଘେରିଲା ଯାଜପୁରର ଧର୍ମଶାଳା ବିକାଶ ପରିଷଦ। ଆଜି ପରିଷଦର ସଭାପତି ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଜାରକା ସଙ୍ଖାରିଢ଼ିହ ଠାରେ ଥିବା ରାମକୋ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ। ୨୦୧୭ ମସିହାରୁ ରାମକୋ କମ୍ପାନୀ ଧର୍ମଶାଳାର ହରିଦାସପୁର ଠାରେ ଏକ ଗ୍ରାଇଣ୍ଡିଂ ୟୁନିଟ ସ୍ଥାପନ ପାଇଁ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏଯାବତ ସ୍ଥାନୀୟ ଅଞ୍ଚଳର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେଇନଥିବା ଅଭିଯୋଗ ହୋଇଛି।

କମ୍ପାନୀ ଏଠାକୁ ଆସିବା ପୂର୍ବରୁ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲା। କିନ୍ତୁ ଇତିମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ବି ଦେଇଥିବା ପ୍ରତିଶୃତିକୁ କମ୍ପାନୀ କର୍ତ୍ତୃପକ୍ଷ ଅଣଦେଖା କରିଆସୁଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ପରିଷଦ ପକ୍ଷରୁ ଏକ ଦାବିପତ୍ର କଂପାନୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। କମ୍ପାନୀର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ତାଲିମପ୍ରାପ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଅଧିକାରୀଙ୍କ ଠାରୁ ପ୍ରତିଶୃତି ମିଳିବା ପରେ ଧାରଣା ହଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.