Below header

ବିଜେପି ମହିଳା ମୋର୍ଚ୍ଚାର ଦାବି, ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଓ ଯାଜପୁର ଏସ୍‌ପିଙ୍କ ବହିଷ୍କାର

ଯାଜପୁର ଟାଉନ (କେ ନ୍ୟୁଜ୍‌) : ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଏବଂ ଯାଜପୁର ଏସପିଙ୍କ ବହିଷ୍କାର ଦାବି କରି ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ମହିଳା କିଆନାଳୀ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ୍‌ ନିକଟରେ ପହଞ୍ଚିଥିଲେ । ସ୍ମିତାରାଣୀ ମୃତ୍ୟୁ ଘଟଣାର ଦୀର୍ଘଦିନ ପରେ ବି ପୋଲିସ ପ୍ରକୃତ କଥାକୁ ଲୁଚାଇବାକୁ ଉଦ୍ୟମ ଚଳାଇଛି ବୋଲି ଅଭିଯୋଗ କରିଥିଲେ । ତୁରନ୍ତ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଥିଲା ।

BJP MAHILA MORCHA-2

ଏଥିସହିତ ହତ୍ୟା ଘଟଣାକୁ ଯାଜପୁର ଏସପି ଆତ୍ମହତ୍ୟାର ରୂପ ଦେଇଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରିବାକୁ ମଧ୍ୟ ଦାବି କରାଯାଇଥିଲା । ଏ ନେଇ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.