Below header

ପୁରୀ: ଖୁବ୍‌ ଶୀଘ୍ର ବାତ୍ୟା ବିପନ୍ନଙ୍କୁ ପ୍ରଥମ ପର୍ଯ୍ୟାୟର ସହାୟତା ପ୍ରଦାନ କରାଯିବ

ପୁରୀ(କେନ୍ୟୁଜ୍): ପୁରୀ ବାତ୍ୟା ବିପନ୍ନଙ୍କୁ ମିଳିବ ଘର ଭଙ୍ଗା ସହାୟତା । ଖୁବ୍‌ ଶୀଘ୍ର କ୍ଷତିଗ୍ରସ୍ତଙ୍କୁ ପ୍ରଥମ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯିବ । ବାତ୍ୟା ଫନିରେ ପୁରୀ ଜିଲ୍ଲାରେ ୨ ଲକ୍ଷ ୮୭ ହଜାର ୭୬୨ ପରିବାର ପ୍ରଭାବିତ ହୋଇଛନ୍ତି । ୯ ହଜାର ୫୯ଟି ପକ୍କା ଓ କଚ୍ଚା ଘର ଭାଙ୍ଗି ଯାଇଛି । ଏକ ଲକ୍ଷ ୪ ହଜାର ୭୧୫ଟି ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏକ ଲକ୍ଷ ୧୩ ହଜାର ୨୨୧ଟି ପକ୍କା ଘର ଓ ୪୯ ହଜାର ୫୨୯ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଏହା ଛଡ଼ା ୨୧୭୮ଟି ଚାଳ ଘର ଓ ଏକ ଲକ୍ଷ ୧୯ ହଜାର ୬୯୪ଟି ଗୁହାଳ ଘର ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ପକ୍କା ଓ କଚ୍ଚା ଘର ପାଇଁ ୯୫ ହଜାର ୧୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୫୨ ହଜାର ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୩୨ ହାଜର ଟଙ୍କା ପ୍ରଦାନ କରାଯିବ । ଚାଳିଆ ଘର ପାଇଁ ୪୧୦୦ ଟଙ୍କା ଓ ଭାଙ୍ଗିଥିବା ଗୁହାଳ ପାଇଁ ୨୧୦୦ ଟଙ୍କା ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ୧୯୭ କୋଟି ୫୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ପକ୍କା ଓ କଚ୍ଚା ଘର ପାଇଁ ୨୦ ହଜାର ଟଙ୍କା, ଅଧିକ କ୍ଷତିଗ୍ରସ୍ତ ପକ୍କା ଓ କଚ୍ଚା ଘର ପାଇଁ ୧୦ ହଜାର ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ପାଇଁ ୫ ହଜାର ୨ଶହ ଓ ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୩ ହଜାର ୨ ଶହ ଟଙ୍କା ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.