ସ୍ମାର୍ଟଫୋନର ଏହି ଆପ୍ ମାଇଗ୍ରେନର ଯନ୍ତ୍ରଣାକୁ ଦୂର କରିବାରେ କରିବ ସାହାଯ୍ୟ

ଅନୁସନ୍ଧାନକର୍ତ୍ତା ସ୍ମାର୍ଟଫୋନ ଆଧରିତ ଏକ ଆପ୍ ବିକସିତ କରିଛନ୍ତି ଯାହା ମାଇଗ୍ରେନ ପିଡିତ ଲୋକଙ୍କର ମୁଣ୍ଡ ବ୍ୟଥାକୁ ଦୂର କରିବାରେ ସାହାଯ୍ୟ କରିପାରେ। ଆମେରିକାର ନ୍ୟୁୟର୍କ ଚିକିତ୍ସା ସ୍କୁଲ ବିଶ୍ବବିଦ୍ୟାଳୟ (ଏନୱାଇୟୁ) ମାଇଗ୍ରେନରେ ପିଡିତ ଲୋକ ଏକ ସପ୍ତାହରେ ଅତିକମରେ ଦୁଇ ଥର ଏହି ଟେକନିକର ବ୍ୟବହାର କଲେ ସେମାନଙ୍କୁ ମାସରେ ଅତିକମରେ ଚାରି ଦିନ ମୁଣ୍ଡବ୍ୟଥା ଯନ୍ତ୍ରଣାରୁ ଆରାମ ମିଳିଲା।

‘ରିଲାକ୍ସ ଏ ହେଡ୍’ ନାମକ ଏହି ଆପ୍ ରୋଗୀଙ୍କର ମାଂସପେଶୀରେ ଆରାମର ନିରନ୍ତର ଉପାୟ କହିଥାଏ। ବ୍ୟବହାର ସମ୍ବଦ୍ଧୀୟ ଥେରାପି ରୂପରେ ରୋଗୀଙ୍କର ଅଲଗା ଅଲଗା ମାଂସପେଶୀରେ ଆରାମ ମିଳିଥାଏ, ଯାହା ଦ୍ବାରା ଚିନ୍ତା କମ୍ ହୋଇଥାଏ। ‘ନେଚର ଡିଜିଟାଲ ମେଡିସିନ୍’ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ପ୍ରଥମ ଅଧ୍ୟୟନ ଅଟେ ଯେଉଁଠାରେ ମାଇଗ୍ରେନର ଚିକିତ୍ସା ପାଇଁ ଏକ ଆପ୍ ସ୍ବାସ୍ଥ୍ୟ ସମ୍ବଦ୍ଧୀୟ ପ୍ରଭାବର ମୂଲ୍ୟାଙ୍କନ କରାଯାଇଛି।

ଏନୟୁୱାଇରେ ସହାୟକ ପ୍ରୋଫେସର କହିଲେ ଯେ, ‘ଆମରର ଅଧ୍ୟୟନ ପ୍ରମାଣିତ କରୁଛି ଯେ ଯଦି ରୋଗୀଙ୍କ ପାଖରେ ବ୍ୟବହାର ସମ୍ବଦ୍ଧୀୟ ଥେରାପି ସହଜରେ ଉପଲବ୍ଧି ହେଉଥାଏ ତେବେ ଏହାର ବ୍ୟବହାର କରିପାରିବେ। ସେମାନେ ନିଜ ହିସାବରେ ଏହାର ବ୍ୟବହାର କରିପାରିବେ ଏବଂ ଏହା ଶସ୍ତା ଅଟେ।’ ମାଇଗ୍ରେନର ମୁଖ୍ୟ ଲକ୍ଷଣ ହେଲା ବହୁତ ଜୋରରେ ମୁଣ୍ଡ ବ୍ୟଥା କରିବା ଏବଂ ଏହି ଯନ୍ତ୍ରଣାକୁ ଅସହ୍ୟ ମନେ କରିବା।