Below header

ବିବାହିତାଙ୍କ ସନ୍ଦେହଜନକ ମୃତ୍ଯୁ, ହତ୍ଯା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକେ

ଜଳେଶ୍ୱର(କେ.ନ୍ୟୁଜ): ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ଯୁ। ଅନ୍ୟପଟେ ଝିଅ ମରିନାହିଁ ବରଂ ତାକୁ ହତ୍ଯା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମହିଳାଙ୍କ ବାପଘର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବାୟା ଗ୍ରାମରେ। ଗାଁର ଜୟନ୍ତ ପାଣିଗ୍ରାହୀଙ୍କ ସ୍ତ୍ରୀ ପୂର୍ଣ୍ଣିମା ପାଣିଗ୍ରାହୀ (23) ଙ୍କ ଗତକାଲି ସକାଳେ ସନ୍ଦେହଜନକ ଭାବେ ମୃତ୍ଯୁ ଘଟିଥିଲା। ଶାଶୁଘର ଲୋକେ ପୂର୍ଣ୍ଣିମାଙ୍କୁ ବସ୍ତା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ପୂର୍ଣ୍ଣିମାକୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ, ମୃତ ପୂର୍ଣ୍ଣିମାଙ୍କ ୭ ବର୍ଷ ପୂର୍ବେ ବିବାହ ହୋଇଥିବା ବେଳେ ତାଙ୍କର ଦୁଇଟି ଶିଶୁ କନ୍ଯା ଅଛନ୍ତି। ତାଙ୍କ ସ୍ଵାମୀ ଜୟନ୍ତ ରାଜସ୍ଥାନର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। କିନ୍ତୁ ଘରେ ଶ୍ୱଶୁର, ଶାଶୁ ଏବଂ ଦିଅର ବିଭିନ୍ନ ସମୟରେ ଅଧିକ ଯୌତୁକ ଦାବି କରି ବାଡ଼ିଆ ପିଟା କରିବା ସହ ହତ୍ଯା ଉଦ୍ଯମ କରିଥିବା ନେଇ ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସିଂଲା ଥାନାରେ ପୂର୍ବରୁ ମଧ୍ଯ ଅଭିଯୋଗ ହୋଇଥିଲା। ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ସିଂଲା ପୋଲିସ କେସ୍ ନମ୍ବର 62/21ରେ ଏକ ମାମଲା ରୁଜୁ କରିବା ସହ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ମହିଳାଙ୍କ ଶ୍ବଶୁରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.