Below header

ଶିକ୍ଷାବିତ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ମିଳିଲା ୪୭ ତମ ସମ୍ମାନସୂଚକ ଡକ୍ଟରେଟ

କେନ୍ୟୁଜ୍(ବ୍ୟୁରୋ):  ଶିକ୍ଷାବିତ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ। ଆନ୍ଧ୍ରପ୍ରଦେଶର ବିଘ୍ନନ ଫାଉଣ୍ଡେସନ ଫର ସାଇନ୍‌ସ ଟେକ୍‌ନୋଲୋଜି ଆଣ୍ଡ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି। ବିଘ୍ନନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଅବସରରେ ଡ. ସାମନ୍ତଙ୍କୁ ସମ୍ମାନସୂଚକ ଡିଏସସି ଉପାଧି ପ୍ରଦାନ କରାଯାଇଛି।

ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମାଞ୍ଚଳ ବିକାଶ, କଳା, ସଂସ୍କୃତି ଓ ଭାଷା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଭର୍ଚୁଆଲ ମୋଡରେ ଅନୁଷ୍ଠିତ ବିଘ୍ନନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଡ. ଅଚ୍ୟୁତ ସାମନ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସମ୍ମାନ ଗ୍ରହଣ କରି ଡ. ସାମନ୍ତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଘ୍ନନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ଡ. ଲାଭୁ ରଥାୟା, କୁଳାଧିପତି ପ୍ରଫେସର କେ. ରାମମୂର୍ତ୍ତି ନାଇଡୁ, କୁଳପତି ପଦ୍ମଶ୍ରୀ ଡ. ଏମୱାଇ ଏସ ପ୍ରସାଦ ଓ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାକୁ ମିଶାଇ ଡ. ସାମନ୍ତ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନରୁ ୪୭ଟି ସମ୍ମାନସୂଚକ ଡକ୍ଟରେଟ ହାସଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.