Below header

ଚଳଚ୍ଚିତ୍ର ଜୀବନ ଉନ୍ମୁଖୀ ହେବା ଉଚିତ : ଏସ୍‌ଆରଏଫଟି ଗସ୍ତ ଅବସରରେ କହିଲେ କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ

ସାମ୍ପ୍ରତିକ ପରିସ୍ଥିତିରେ ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ହେଉଛି ସବୁଠୁ ବଡ଼ କଥା ବୋଲି କହିଛନ୍ତି କାଦମ୍ବିନୀ ସମ୍ପାଦିକା ତଥା ବିଶିଷ୍ଟ ସାହିତ୍ୟିକା ଓ ଚଳଚ୍ଚିତ୍ର ନିର୍ମାତ୍ରୀ ଡ. ଇତି ସାମନ୍ତ ।

କୋଲକାତା (କେନ୍ୟୁଜ୍‌ ଓଡ଼ିଶା) : ଚଳଚ୍ଚିତ୍ର ସର୍ବଦା ଜୀବନ ଉନ୍ମୁଖୀ ହେବା ଉଚିତ । ଚଳଚ୍ଚିତ୍ର ଆମ ନିଜର ପରିବେଶ, ପରିସ୍ଥିତି ଏ ସବୁକୁ ନେଇ ଜାତୀୟସ୍ତରକୁ ଆଖି ଆଗରେ ରଖି ନିର୍ମିତ ହେବା କଥା I ଚଳଚ୍ଚିତ୍ର ଜୀବନମୁଖୀ ହେଲେ ହିଁ ସମାଜର ବିଭିନ୍ନ ଦିଗକୁ ପ୍ରଭାବିତ କରି ପାରିବ । ଏହି କ୍ଷେତ୍ରରେ ଚଳଚ୍ଚିତ୍ର ନିର୍ମାତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସାମ୍ପ୍ରତିକ ପରିସ୍ଥିତିରେ ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ହେଉଛି ସବୁଠୁ ବଡ଼ କଥା ବୋଲି କହିଛନ୍ତି କାଦମ୍ବିନୀ ସମ୍ପାଦିକା ତଥା ବିଶିଷ୍ଟ ସାହିତ୍ୟିକା ଓ ଚଳଚ୍ଚିତ୍ର ନିର୍ମାତ୍ରୀ ଡ. ଇତି ସାମନ୍ତ । କୋଲକାତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଇନଷ୍ଟିଚ୍ୟୁଟ୍‌ (ଏସଆରଏଫଟି) ଗସ୍ତରେ ଆସି ଏହା କହିଛନ୍ତି ଡ. ଇତି ସାମନ୍ତ ।

ITI MAM-2

ଏହି ଗସ୍ତ ସମୟରେ ସେ ଏସଆରଏଫଟିର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ଛାତ୍ର ଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ପୁରସ୍କାର ପ୍ରାପ୍ତ ଓଡ଼ିଆ ଫିଲ୍ମ କ୍ରାନ୍ତିଧାରା, ଶୂନ୍ୟ ସ୍ୱରୂପ ଭଳି ଚଳଚ୍ଚିତ୍ରର ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଏସଆରଏଫଟିର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଡ. ଇତି ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ୨୫ ବର୍ଷ ପୂର୍ତ୍ତି ସ୍ମାରକୀ ସହିତ ବିଭିନ୍ନ ପୁସ୍ତକ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ଖିଲାର, ମାନସ ରଞ୍ଜନ ରଥ, ଏସଆରଏଫଟି କ୍ୟାମେରା ବିଭାଗ ପରିଚାଳକ ବିରଜା ପ୍ରସନ୍ନ କର, ପ୍ରଡକସନ ମ୍ୟାନେଜର ସୁଭାଷ ଝା, ଅର୍ପିତା ଗୁପ୍ତା କୁଣ୍ଡୁ, ସନ୍ଦୀପ ସେନଗପ୍ତଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.