ନିଜର ‘ପଦ୍ମଶ୍ରୀ’ ଫେରାଇ ଦେବାକୁ ଘୋଷଣା କଲେ ବଜରଙ୍ଗ ପୁନିଆ; କ୍ରୀଡ଼ା ମନ୍ତ୍ରଣାଳୟ କହିଲା, ‘ଏହା ବ୍ୟକ୍ତିଗତ ନିଷ୍ପତ୍ତି’

ନିଜର ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବାକୁ ଘୋଷଣା କରିଛନ୍ତି ବଜରଙ୍ଗ ପୁନିଆ। ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ପରେ କୁସ୍ତିଯୋଦ୍ଧା ପୁନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ପଦ୍ମଶ୍ରୀ ଫେରାଇଦେବା କଥା କହିଛନ୍ତି।

ନିଜର ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବାକୁ ଘୋଷଣା କରିଛନ୍ତି ବଜରଙ୍ଗ ପୁନିଆ। ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ପରେ କୁସ୍ତିଯୋଦ୍ଧା ପୁନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ପଦ୍ମଶ୍ରୀ ଫେରାଇଦେବା କଥା କହିଛନ୍ତି। ଏହା ଉପରେ କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଯେ ଏହା ତାଙ୍କର (ପୁନିଆ)ଙ୍କର ବ୍ୟକ୍ତିଗତ ନିଷ୍ପତ୍ତି।

କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଯେ ‘ଡବ୍ଲୁଏଫ୍ଆଇର ନିର୍ବାଚନ ନିରପେକ୍ଷ ଏବଂ ଗଣତାନ୍ତ୍ରିକ ଉପାୟରେ କରାଯାଇଛି। ଏବେ ବି ଆମେ ଚେଷ୍ଟା କରିବୁ କି, ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇ ଦେବା ନିଷ୍ପତ୍ତିକୁ ବଦଳାଇ ଦିଅନ୍ତୁ’।

ସେପଟେ ପୁନିଆ କହିଛନ୍ତି, ‘ଆମେ ଝିଅ-ଭଉଣୀଙ୍କ ଲଢ଼େଇ ଲଢ଼ୁଥିଲୁ, କିନ୍ତୁ ମୁଁ ସେମାନଙ୍କୁ ସମ୍ମାନ ଦେଇପାରିଲି ନାହିଁ। ତେଣୁ ମୁଁ ଏଠାରେ ଗେଟ୍‌ ପାଖରେ ନିଜର ପଦକ ରଖିଦେଇଛି’।

ସେ ଚିଠିରେ କହିଛନ୍ତି, ‘ଯେଉଁ ଝିଅମାନଙ୍କୁ ବେଟି ବଞ୍ଚାଅ ବେଟି ପଢ଼ାଅର ବ୍ରାଣ୍ଡ ଆମ୍ବାସାଡର ହେବାର ଥିଲା, ସେମାନଙ୍କୁ ଏମିତି ସ୍ଥିତିରେ ରଖାଯାଇଛି ଯେ ନିଜ ଖେଳରୁ ହିଁ ସେମାନଙ୍କୁ ପଛକୁ ଯିବାକୁ ପଡ଼ିଛି। ଆମେ ସମ୍ମାନିତ କୁସ୍ତିଯୋଦ୍ଧମାନେ କିଛି କରିପାରିଲୁ ନାହିଁ। ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଅପମାନିତ କରିବା ପରେ ମୁଁ ସମ୍ମାନନୀୟ ଭାବରେ ଜୀବନ ବଞ୍ଚିପାରିବି ନାହିଁ। ଏଥିପାଇଁ ମୁଁ ଆପଣଙ୍କୁ ଏହି ସମ୍ମାନ ଫେରାଇ ଦେଉଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.