Below header

ନାତିକୁ ହରାଇ ନିଜକୁ ଅସମ୍ଭାଳ ବୁଢା ଜେଜେ, ଶବ ବ୍ୟବଚ୍ଛେଦ ଗୃହ ବାହାରେ ବସି ଝୁରୁଛନ୍ତି

ବୁଢ଼ା ଜେଜଟି କ୍ୟାପିଟାଲ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଏକୁଟିଆ ବସି କାନ୍ଦୁଥାନ୍ତି। କୋହ ଭରା କଣ୍ଠରେ ନାତିଆ କଥା ମନେ ପକାଇ ବାହୁନୁ ଥାନ୍ତି। କିଏ ଆଉ ଜେଜ ଡ଼ାକିବ। କିଏ କହିବ ଏଇଟା ଖାଇବିନି ସେଇଟା ଖାଇବି ।

ଭୁବନେଶ୍ୱର(କେନ୍ୟୁଜ୍): ବୁଢ଼ା ଜେଜଟି କ୍ୟାପିଟାଲ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଏକୁଟିଆ ବସି କାନ୍ଦୁଥାନ୍ତି। କୋହ ଭରା କଣ୍ଠରେ ନାତିଆ କଥା ମନେ ପକାଇ ବାହୁନୁ ଥାନ୍ତି। କିଏ ଆଉ ଜେଜ ଡ଼ାକିବ। କିଏ କହିବ ଏଇଟା ଖାଇବିନି ସେଇଟା ଖାଇବି । କିଏ ଆଉ ମୋ ସାଙ୍ଗରେ ବସି ଖାଇବ । ଏମିତି କେତେ କଥା ମନେ ପକାଇ ବାହୁନି ବାହୁନି କାନ୍ଦିବା ସମୟରେ ଜଣେ ଯୁବକ ପହଁଚିଲେ । କଣ ଗୁଡ଼ାଏ କଥା ହେଲେ ପୁଣି କାନ୍ଦିବା ଆରମ୍ଭ କଲେ। ଆମେ ଦେଖିଲୁ ଖାଲି ପଡିଛି ଶବ ବ୍ୟବଚ୍ଛେଦ ଗୃହ କେହି କୁଆଡେ ବି ନାହାନ୍ତି । ଏକୁଟିଆ ଏବୁଢ଼ା ମଉସା ବସି କାନ୍ଦୁଥାନ୍ତି।

ଏକଥା ବୁଝିବାକୁ ମଉସାଙ୍କ ନିକଟତର ହେଲୁ। ସେ ଯାହା କହିଲେ ଶୁଣି ଭାରି ଦୁଃଖ ଲାଗିଲା । ତେବେ ଘଟଣା ସେଦିନ ବସନ୍ତ ପୁର ଗାଁ ଦୟାନଦୀ କୂଳରେ ଘଟିଥିଲା ଏମିତି କିଛି। ବୁଡି ଗଲେ ଛୁଆ ଦିଟା ବୁଡି ଗଲେ କହିଵା ଶୁଣି ମାଆଟି କାହାକୁ ପାଖରେ ନପାଇ ନିଜେ ଡେଇଁ ପଡିଥିଲା ନଈ ପାଣି ଭିତରକୁ। ଗଭୀର ପାଣି ଭିତରେ ଦୁଇଟି ଛୁଆ ପଡ଼ି ଯାଇ ଥାନ୍ତି । ନଈରୁ ଛୁଆଙ୍କୁ ଉଦ୍ଧାର କରିବ କିଏ । ନଈ କୂଳିଆ ଘର । ତା ସାଙ୍ଗକୁ ସିଏ ପୁଣି ମାଆଟିଏ । କାହିଁକି ଅବା ପଛ ଘୁଞ୍ଚା ଦେବ। କାଳ ବିଳମ୍ବ ନକରି ଡେଇଁ ପହଇଥିଲା ପାଣିକୁ। ଗୋଟିଏ ଛୁଆକୁ ଉଦ୍ଧାର କରି ସାରିବା ପରେ ଅନ୍ୟ ଗୋଟିଏ ଛୁଆକୁ ଖୋଜି ଖୋଜି କିଛି ସମୟ ପରେ ପାଇଲା ମାଆ । ହେଲେ ଯେଉଁ ଛୁଆଟିକୁ ପ୍ରଥମେ ଉଦ୍ଧାର କରିଥିଲେ ସେ ଛୁଆଟି ଗାଁ ଭିତର ପଡୋଶୀଙ୍କର ଛୁଅଆଟି ଥିଲା । ହେଲେ ଟିକିଏ ବିଳମ୍ବ ରେ ଯାହାକୁ ପାଇଲା ସେ ଥିଲା ନିଜ ପୁଅ।

କିନ୍ତୁ ସେତେବେଳକୁ ପୁଅ ଆଉ ଏସଂସାରରେ ନଥିଲା। ପ୍ରାଣ ବାୟୁଟି ଉଡିଯାଇଥିଲା ସେହି ନଈ ପାଣି ଭିତରେ। ଏକଥା ଛୁଆଟି ଡାକ୍ତର ଖାନା ପହଂଚିବା ପରେ ଡାକ୍ତର ଘୋଷଣା କଲେ । ଅନ୍ୟର ପୁଅକୁ ବଞ୍ଚାଇବାକୁ ଯାଇ ନିଜ ପୁଅର ଜୀବନକୁ ଜଳାଞ୍ଜଳି ଦେଇ ଦେଵା କୋଟିକରେ ଗୋଟିଏ ମିଳନ୍ତି। ଆଜି ଆଉ ପୁଅ ଅଳି କରିବା ପାଇଁ ପାଖରେ ନାହିଁ । ଯେଉଁ କୋଳରେ ପୁଅକୁ ଏତେ ବଡ଼ କରିଥିଲା ସେହି କୋଳରେ ପୁଅର ମୃତ ଶରୀରକୁ ପାଣିରୁ ଉଦ୍ଧାର କରିଥିଲା ମାଆ । ଏଭଳି ହୃଦୟ ବିଦୀର୍ଣ୍ଣ ଘଟଣା ଦେଖିବାକୁ ମିଳିଥିଲା ଧଉଳି ଥାନା ଅନ୍ତର୍ଗତ ବସନ୍ତପୁର ଗାଁ ନିକଟରେ ଦୟା ନଦୀ କୂଳରେ। ପୁଅକୁ ଧରି ଦୌଡ଼ି ଆସିଥିଲେ କ୍ୟାପିଟାଲ ହସ୍ପିଟାଲକୁ ବଞ୍ଚିଯିବ କାଳେ କିନ୍ତୁ ଵିଧିର ବିଧାନ ଥିଲା କିଛି ଅଲଗା । ପୁଅଟି ଏତିକି ଦିନ ପାଇଁ ଆୟୁଷ ଆଣିଥିଲା।

କେମିତି ପୁଅ ନଦୀକୁ ଗଲା ପାଣି ବୁଡି ଗଲା ପଚାରିବାରୁ କହୁଥିଲେ ଶନିବାର ସ୍କୁଲ କୁ ଯାଇଥିଲା ନାତି,ପୂର୍ବାହ୍ନ ସମୟ ହେବ । ତୃତୀୟ ଶ୍ରେଣୀ ରେ ପାଠ ପଢେ । ସ୍କୁଲରେ ସବୁ ପିଲା ଥିଲେ। କିନ୍ତୁ ନାତି ଆଉ ଗୋଟିଏ ପିଲା ସହିତ ମିଶି ସ୍କୁଲରୁ ପଳାଇ ଆସିଥିଲା। ଜେଜ ତାକୁ ଘରକୁ ଯିବାକୁ କହିଲେ । ହେଲେ ସେ ଘରକୁ ଯିବ କଣ ନଈ କୂଳରେ ଘର ଯେହେତୁ ନଦୀକୁ ଗାଧୋଇବା ପାଇଁ ଚାଲିଗଲା । ଟିକେ ଅଧିକ ପାଣିକୁ ଚାଲି ଯାଇଥିଲା ତେଣୁ ଆଉ ବାହାରି ଆସି ପାରିନଥିଲା । ଯାହା ଫଳରେ ଏଭଳି ଦୁର୍ଦଶା ଘଟିଛି ।

ତେବେ ନାତିର ଶବ ବ୍ୟବଚ୍ଛେଦ ପରେ ମୃତ କୁନି ବାଳକଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ନଈ କୁଳିଆ ଘର କରିଥିବା ଲୋକ ମାନଙ୍କୁ ଅନୁରୋଧ ଏଭଳି କୌଣସି ଛୋଟ ଶିଶୁ ନଦୀ କୁ ଯିବାକୁ ବାରଣ କରନ୍ତୁ । ନଚେତ ଏଭଳି ଦୁଃଖଦ ଘଟଣା କୁ ଏଡାଇ ଦିଆଯାଇ ନପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.