Below header

ବୋତଲ ପରେ ବୋତଲ ପିଇ ରାସ୍ତାରେ ଗଡ଼ିଲେ ଯୁବତୀ, ଥାନାକୁ ଯାଇ ନିଶା ଛାଡିବା ପରେ ଫେରିଲେ, ଭିଡିଓ ଭାଇରାଲ

ବୋତଲ ପରେ ବୋତଲ ବିୟର ପିଇଲେ, ନିଶାରେ ଗାଳି ଗୁଲଜ କଲେ । ମଦ କାଉଣ୍ଟର ସହ ରାଜଧାନୀ ରାସ୍ତାରେ ମାତାଲ ଯୁବତୀଙ୍କ ହାଇଡ୍ରାମା । ଚାରି ଘଣ୍ଟା ଧରି ଉତ୍ପାତ ମଚାଇଲେ ମଦ୍ୟପ ଯୁବତୀ। ଭୁବନେଶ୍ବର ଇନ୍ଫୋସିଟି ଥାନା ଅଞ୍ଚଳରେ ଏହି ଘଟଣା ହୋଇଥିବା ସୂଚନା ମିଳିଛି ।

ଅପରାହ୍ନରେ କଳାରାହାଙ୍ଗ କଟିଂ ଛକରେ ଥିବା ମଦ କାଉଣ୍ଟରକୁ ଆସି ବିୟର ମାଗିଥିଲେ ଜଣେ ଯୁବତୀ । ପ୍ରଥମେ ଗୋଟେ ପରେ ଦୁଇଟା ଏମିତି କରି ପାଖାପାଖି ୧୦ ଟି ବିୟର ପିଇବା ପରେ ଚାଲି ଯାଇଥିଲେ ନିୟନ୍ତ୍ରଣ ବାହାରକୁ।

ଏହା ପରେ ଆରମ୍ଭ ହୋଇଥିଲା ଯୁବତୀଙ୍କ କାଣ୍ଡ । ପ୍ରଥମେ ମଦ ଦୋକାନୀଙ୍କୁ ପରେ ବାଟ ଗଲା ଲୋକଙ୍କୁ ଗାଳି ଗୁଲଜ କରିଥିଲେ । ଏହା ପରେ ଅଳିଆ ଗଦା ପାଖେ ବସିବା ସହ ଗାଡ଼ି ମଟର ଯିବା ଆସିବା କରୁଥିବା ରାସ୍ତା ଉପରେ ଶୋଇଥିଲେ । ଅପରାହ୍ନରୁ ରାତି ଯାଏ ପାଖାପଖି ଚାରିଘଣ୍ଟା ଉତ୍ପାତ ମଚାଇଥିଲେ ।

ଏନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଇନ୍ଫୋସିଟି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଥାନାକୁ ଆଣିଥିଲେ। ନିଶା ଛାଡ଼ିବା ପରେ ଅଣ୍ଡରଟେକିଂ ଲେଖି ଛାଡ଼ି ଦେଇଥିବା ଜଣା ପଡିଛି । ତେବେ ନାଳରେ ପଡିଥିବା ନିଶାଗ୍ରସ୍ତ ଯୁବତୀଙ୍କ ଫଟୋ ସୋସିଆଲ ମିଡ଼ିଆରେ ଝଡ଼ ପରି ଭାଇରାଲ ହେଉଛି I

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.