ଗୁଗଲ ଆଣୁଛି ନୂଆ ଫିଚର, ସହଜରେ ବୁଝି ପାରିବେ ମ୍ୟାଥ୍‌ ଓ ସାଇନ୍ସ

ମ୍ୟାଥ ପ୍ରଶ୍ନର ସମାଧାନ ପାଇଁ ଆପଣ ହାତଲେଖା ଇକ୍ୱେସନର ସ୍ନାପସଟ୍‌ ନେଇ ସ୍ମାର୍ଟଫୋନରେ ଥିବା ଲେନ୍ସ ଆପକୁ ବ୍ୟବହାର କରି ପାରିବେ । ଏହି ଟୁଲ୍‌ ହାତଲେଖାକୁ ଚିହ୍ନିଥାଏ ଏବଂ ଷ୍ଟେପ୍‌ ବାଇ ଷ୍ଟେପ୍‌ ସଲ୍ୟୁସନ୍‌ ଦେଇଥାଏ ।

ଗୁଗଲ ନିଜର ସର୍ଚ୍ଚ ଏବଂ ଲେନ୍ସ ଅପ୍ସନରେ ନୂଆ ଟୁଲ୍‌ ଆଣିବାକୁ ଯାଉଛି ଯାହା ଜଟିଳ ମ୍ୟାଥ୍‌ ଏବଂ ସାଇନ୍ସକୁ ସଲ୍ଭ କରିବା ପାଇଁ ସାହାଯ୍ୟ କରିବ । ଏହି ନୂଆ ଟୁଲ୍‌ ଗୁଡ଼ିକ STEM ବା ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥ୍‌ ଭଳି ସବଜେକ୍ଟ ପାଇଁ ଭିଜୁଆଲ୍ ଲର୍ଣ୍ଣିଂ ଆଣିବ ଯାହା ଷ୍ଟେପ୍‌ ବାଇ ଷ୍ଟେପ୍‌ ସମସ୍ୟାକୁ ବୁଝାଇବ । ଏଥିରେ 3D ମଡେଲ୍ ମଧ୍ୟ ରହିବ । ମ୍ୟାଥ୍‌ , ସାଇନ୍ସ ଏବଂ ଭିଜୁଆଲ ସର୍ଚ୍ଚ କ୍ୟାପାବିଲିଟିଜ୍‌କୁ ବଢ଼ାଇବା ପାଇଁ ଏହି ଫିଚର AIର ସାହାଯ୍ୟ ନେଇଛି ।

ମ୍ୟାଥ ପ୍ରଶ୍ନର ସମାଧାନ ପାଇଁ ଆପଣ ହାତଲେଖା ଇକ୍ୱେସନର ସ୍ନାପସଟ୍‌ ନେଇ ସ୍ମାର୍ଟଫୋନରେ ଥିବା ଲେନ୍ସ ଆପକୁ ବ୍ୟବହାର କରି ପାରିବେ । ଏହି ଟୁଲ୍‌ ହାତଲେଖାକୁ ଚିହ୍ନିଥାଏ ଏବଂ ଷ୍ଟେପ୍‌ ବାଇ ଷ୍ଟେପ୍‌ ସଲ୍ୟୁସନ୍‌ ଦେଇଥାଏ । ନୂଆ ମ୍ୟାଥ୍‌ ସଲଭର୍‌ ଟୁଲ୍‌ କଷ୍ଟ ମ୍ୟାଥ୍‌ ଏବଂ ଟ୍ରାଇଗୋନୋମେଟ୍ରି ସମସ୍ୟାକୁ ସହଜରେ ସମାଧାନ କରିଥାଏ । ସମସ୍ୟାର ଉତ୍ତର ପାଇବା ପାଇଁ ଆବଶ୍ୟକ ପ୍ରତ୍ୟେକ ଷ୍ଟେପକୁ ଏହା ଦେଖାଇବ । ଏହି ଟୁଲକୁ ଛାତ୍ରମାନଙ୍କ ସମସ୍ୟାର ସମାଧାନ ପାଇଁ ଡିଜାଇନ୍‌ କରାଯାଇଛି । ଯେଉଁ ପ୍ରଶ୍ନକୁ ଛାତ୍ରମାନେ ଅନଲାଇନରେ ଖୋଜିପାଆନ୍ତି ନାହିଁ ସେମାନେ ଏହି ଟୁଲ ସାହାଯ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଭଲ ଭାବେ ବୁଝି ପାରିବେ । ଏହି ଟୁଲ୍‌ ବର୍ତ୍ତମାନ ଫୋର୍ସେସ, ଏନର୍ଜି ଏବଂ ମୋସନ୍‌ ଭଳି ଫିଜିକ୍ସ ଟପିକକୁ ବ୍ୟବହାର କରୁଛି । ଗୁଗଲ ଏହି ଟୁଲକୁ ଅଧିକ ଡେଭଲପ୍‌ ୟୁନିଭର୍ସିଟିରେ ଦେବା ପାଇଁ ପ୍ଳାନ କରୁଛି ।

ଗୁଗଲର ଏହି ନୂଆ ସର୍ଚ୍ଚ ଟୁଲରେ 3D କନସେପ୍ଟ ଡାଇଗ୍ରାମ୍ସଗୁଡ଼ିକ ରହିଛି ଯେପରିକି ବାୟୋଲୋଜି, ଆନାଟୋମି, ରୋବଟିକ୍ସ, ସ୍ପେସ୍‌ ଫିଜିକ୍ସ, ଜିଓଲୋଜି ଏବଂ ଆହୁରି ଅନେକ । ଆପଣ ପ୍ରଶ୍ନର ଉତ୍ତର ବୁଝିବା ପାଇଁ ପ୍ରତ୍ୟେକ ମଡେଲର ଲେବଲ୍ ହୋଇଥିବା ପାର୍ଟଗୁଡିକ ଉପରେ ଜୁମ୍, ରୋଟେଟ ଏବଂ କ୍ଲିକ୍ କରିପାରିବେ । ଭିଜୁଆଲ୍ ମଡେଲଗୁଡିକ, ସାଇନ୍ସ କନସେପ୍ଟକୁ ଶିଖାଇବା ପାଇଁ ଛାତ୍ରମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାର ଲକ୍ଷ ରଖିଛି । ମ୍ୟାଥ୍‌, ସାଇନ୍ସ ଏବଂ ଭିଜୁଆଲ୍ କ୍ୟାପାବିଲିଟି ୟୁଜରମାନଙ୍କୁ ସେମାନଙ୍କର କୌତୁହଳକୁ ପୂରା କରିବାକୁ ଏବଂ ନୂଆ ଜ୍ଞାନ ଆହରଣ କରିବାକୁ ସକ୍ଷମ ହେବ । କମ୍ପାନୀର ଏହା ହେଉଛି ଲାଟେଷ୍ଟ ଫିଚର, ଯାହା ସାହାଯ୍ୟରେ ଛାତ୍ରମାନେ ଉପକୃତ ହେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.