ମଦ୍ୟପ ଅବସ୍ଥାରେ ଯୁବତୀଙ୍କ ହଙ୍ଗାମା: ଏତେ ପିଇଲେ ଯେ, ଆଉ ଚାଲିପାରିଲେନି

କଟକ(କେନ୍ଯୁଜ୍): ମଦ୍ୟପ ଅବସ୍ଥାରେ ଯୁବତୀଙ୍କ ହଙ୍ଗାମା। ମଦ ପିଇ ପୁରା ବେହୋସ୍। ଚାଲିବାକୁ ବି ନଥିଲା ବଳ। ଶେଷରେ ରାସ୍ତା ଉପରେ ହିଁ ପଡିଗଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଦୋଳମୁଣ୍ଡାଇ ନିକଟରେ।

ଖବର ମୂତାବକ ଜଣେ ଯୁବତୀ ନିକଟସ୍ଥ ବାରରେ ମଦ ପିଇ ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲେ। ଏତେ ମଦ ପିଇଥିଲେ ଯେ ଆଉ ଚାଲିନପାରି  ରାସ୍ତାରେ ପଡିଯାଇଥିଲେ। ଏସବୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଁଚି ଯୁବତୀକୁ ଉଦ୍ଧାର କରିବା ସହିତ ତାଙ୍କ ପରିବାରକୁ ଡାକି ହସ୍ତାନ୍ତର କରିଥିବା ଜଣାପଡିଛି। ତେବେ ଏଯାଏ ଯୁବତୀ ଜଣଙ୍କର କୌଣସି ପରିଚୟ ମିଳିପାରିନାହିଁ।