Below header

ଆଇପିଏଲ୍‌: ମେଗା ନିଲାମୀ ପୂର୍ବରୁ ବଡ଼ ଖୁଲାସା! ବିରାଟଙ୍କ ଜାଗାରେ ଏହି ଖେଳାଳି ହେବାକୁ ଯାଉଛନ୍ତି RCBର ନୂଆ ଅଧିନାୟକ

ଆଇପିଏଲ୍ ୨୦୨୧ ଶେଷ ହେବା ସହିତ ବିରାଟ କୋହଲି ମଧ୍ୟ ଆରସିବିର ଅଧିନାୟକତ୍ୱ ଛାଡିଛନ୍ତି। ବର୍ତ୍ତମାନ ବିରାଟ ଆରସିବି (RCB)ରେ କେବଳ ଜଣେ ଖେଳାଳି ଭାବରେ ଖେଳିବେ। ବିରାଟଙ୍କ ଅଧିନାୟକତ୍ୱରେ ଏହି ଦଳ ଥରୁଟିଏ ବି ଟାଇଟଲ ଜିତି ପାରି ନ ଥିଲା ଏବଂ ଏଥିପାଇଁ ସେ ଏବେ ଅଧିନାୟକତ୍ୱ ଛାଡି ଦେଇଛନ୍ତି। କିନ୍ତୁ ବିରାଟ ଅଧିନାୟକତ୍ୱ ଛାଡିବା ପରେ ଆରସିବିକୁ ବର୍ତ୍ତମାନ ଜଣେ ନୂଆ ଅଧିନାୟକ ଆବଶ୍ୟକ ପଡ଼ିବ। ରିପୋର୍ଟରେ ଏହି କଥା ବି ସ୍ପଷ୍ଟ ହୋଇ ଯାଇଛି କି, ଆରସିବିର ନୂଆ ଅଧିନାୟକ କିଏ ହେବାକୁ ଯାଉଛନ୍ତି।

ଏହି ଖେଳାଳି ହେବେ ଆରସିବିର ନୂଆ ଅଧିନାୟକ

ଫେବୃଆରୀରେ ଆଇପିଏଲର ମେଗା ନିଲାମ ହେବାକୁ ଯାଉଛି। ଏହି ଲିଗ୍ ପୂର୍ବରୁ ଜଣେ ଖେଳାଳିଙ୍କ ନାମ ସାମ୍ନାକୁ ଆସିଛି, ଯିଏ ଆରସିବିର ନୂତନ ଅଧିନାୟକ ହୋଇ ପାରିବେ। ମିଡିଆ ରିପୋର୍ଟ ଅନୁଯାୟୀ, ଷ୍ଟାର ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେ ଆରସିବିର ଅଧିନାୟକ ନିଯୁକ୍ତ ହୋଇ ପାରନ୍ତି। ମନୀଷ ପାଣ୍ଡେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ଥିଲେ ଏବଂ ତାଙ୍କୁ ୨୦୨୨ ମେଗା ନିଲାମ ପୂର୍ବରୁ ହିଁ ଡ୍ରପ୍‌ କରି ଦିଆଯାଇଛି। କିନ୍ତୁ ନିଲାମ ପୂର୍ବରୁ ଖବର ଆସିଛି କି, ଆରସିବି ଆଗାମୀ ସିଜିନ ପାଇଁ ତାଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିପାରେ।

ଆରସିବି ପାଇଁ ହାସଲ କରିଥିଲେ ଶତକ

ସନରାଇଜର୍ସ ହାଇଦ୍ରାବାଦ ଏବଂ କେକେଆର୍ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ମନୀଷ ପାଣ୍ଡେ ନିଜର ଆଇପିଏଲ୍ କ୍ୟାରିୟରର ଆରମ୍ଭ ଆରସିବି ସହିତ ହିଁ କରିଥିଲେ। ୨୦୦୯ରେ ସେ ଆଇପିଏଲରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ସେ ଡେକାନ ଚାର୍ଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର ୭୩ ବଲରେ ଅପରାଜିତ ୧୧୪ ରନ ସ୍କୋର କରିଥିଲେ। ସେ ସନରାଇଜର୍ସ ପାଇଁ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ, ଯାହା ପରେ ତାଙ୍କୁ ଡ୍ରପ୍‌ କରି ଦିଆଯାଇଥିଲା।

କୋହଲିଙ୍କୁ ମିଳି ନାହିଁ ସଫଳତା

ବିରାଟ କୋହଲି ଗତ ୮ ବର୍ଷ ଧରି ଆରସିବିର ଅଧିନାୟକ ରହି ଆସିଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ ସେ ନିଜର ଫ୍ରାଞ୍ଚାଇଜକୁ ଚାମ୍ପିୟନ କରିବାରେ ସଫଳ ହୋଇପାରି ନାହାନ୍ତି। ଏଥିପାଇଁ ତାଙ୍କ ଉପରେ ଏହି ଦାୟିତ୍ୱ ଛାଡିବାକୁ ଲଗାତାର ଚାପ ରହି ଆସିଥିଲା ଏବଂ ବର୍ତ୍ତମାନ ତାହା ହିଁ ହେଲା, ଯାହା ଆଶା କରାଯାଉଥିଲା। ଯଦିଓ କୋହଲିଙ୍କ ଅଧିନାୟକତ୍ୱରେ ଏହି ଦଳ ୨୦୧୬ର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା, କିନ୍ତୁ ସେଠାରେ ମଧ୍ୟ ଡେଭିଡ୍ ୱାର୍ଣ୍ଣରଙ୍କ ଅଧିନାୟକତ୍ୱ ଟିମ୍‌ ସନରାଇଜର୍ସ ହାଇଦ୍ରାବାଦ ସେମାନଙ୍କୁ ପରାସ୍ତ କରିଥିଲା।

ବିରାଟ ଛାଡ଼ିଲେ ଅଧିନାୟକତ୍ୱ

ବିରାଟ କୋହଲି ଆଇପିଏଲରେ ଆରସିବିର ଅଧିନାୟକତ୍ୱ ଛାଡ଼ି ଦେଇଛନ୍ତି। ଆରସିବିର ଅଧିନାୟକତ୍ୱ କରିବାରେ ଏହା ବିରାଟଙ୍କ ଶେଷ ଆଇପିଏଲ ଥିଲା। ବିରାଟ କୋହଲି ଚାହୁଁଥିଲେ ଯେ ସେ ଆଇପିଏଲ ଟ୍ରଫି ସହିତ ଆଇପିଏଲରେ ଅଧିନାୟକତ୍ୱ ଛାଡନ୍ତୁ, କିନ୍ତୁ ସେମିତି ହୋଇ ପାରିଲା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.