Below header

୩ଜଣଙ୍କୁ ବୀଭତ୍ସ ହତ୍ୟା ଘଟଣା: ୧୮ ବର୍ଷ କାରାବାସ ପରେ ସାକ୍ଷୀ ଓ ପ୍ରମାଣ ଅଭାବରୁ ହାବିଲ ସିଦ୍ଧୁ ନିର୍ଦ୍ଦୋଷରେ ଖଲାସ

ବାରିପଦା(କେନ୍ଯୁଜ୍): ୧୮ ବର୍ଷ କାରାବାସ ପରେ ନିର୍ଦ୍ଦୋଷ। ଉପଯୁକ୍ତ ସାକ୍ଷୀ ଓ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ମୟୁରଭଞ୍ଜ ବଳରାମପୁର ଗାଁର ହାବିଲ ସିଦ୍ଧୁ। ୨୦୦୩ ଜାନୁୟାରୀ ୩ରେ ପଡୋଶୀ ଘରର ଦୁଇ ପୁରୁଷଙ୍କ ସହ ଜଣେ ୨ ବର୍ଷ ଶିଶୁର ହତ୍ୟା ଅଭିଯୋଗ ହୋଇଥିଲା ହାବିଲଙ୍କ ନାଁରେ। ଖବରପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରିବା ସହ ନମୁନା ସଂଗ୍ରହ କରିଥିଲେ। ପୋଲିସ ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରିବା ସହ ସିନ୍ଧୁଙ୍କୁ ଗିରଫ କରିଥିଲା।

୨୦୦୫ରେ ତତ୍କାଳୀନ ଜିଲ୍ଲା ଓ ଦୌରା ଜଜ୍‌ ମାଲାର ବିଚାର କରି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏନେଇ ହାବିଲ ହାଇକୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ଘଟଣାର ହସ୍ତକ୍ଷେପ କରି ଘଟଣାର ପୁନଃ ବିଚାର ପାଇଁ ମୟୁରଭଞ୍ଜ ଜିଲ୍ଲା ଜର୍ଜଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଶୁଣାଣି କରି ୧୧ଜଣ ସାକ୍ଷୀ ଓ ୩୨ଟି ତଦନ୍ତ ରିପୋର୍ଟକୁ ଆଧାର କରି ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ହାବିଲ ସିଦ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.