ସ୍ମାର୍ଟ ହେଲଥ କାର୍ଡ ସେବାରେ ଯୋଡି ହେଲା ଯାଜପୁର ଜିଲ୍ଲା, ୨ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ଯମନ୍ତ୍ରୀ

ଯାଜପୁର(କେନ୍ଯୁଜ୍): ରାଜ୍ଯ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ସେବାରେ ଗତକାଲି ଯୋଡି ହେଲା ଯାଜପୁର ଜିଲ୍ଲା । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଏଥିସହ ଯାଜପୁର ଜିଲ୍ଲା ପାଇଁ ୨ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ।

ଏହି ସ୍ମାର୍ଟ କାର୍ଡ ଯୋଜନାରେ ରାଜ୍ଯରେ ୩୦ତମ ଜିଲ୍ଲା ହିସାବରେ ଯାଜପୁର ଜିଲ୍ଲା ଗତକାଲି ସାମିଲ ହୋଇଛି । ମୁଖ୍ଯମନ୍ତ୍ରୀ ସ୍ମାର୍ଟ କାର୍ଡ ବଂଟନ କରିବା ପରେ ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଂଟନ କରାଯାଇଛି । ଏହିକ୍ରମରେ ଜିଲ୍ଲାବାସୀଙ୍କ ପାଇଁ ମୁଖ୍ଯମନ୍ତ୍ରୀଙ୍କ ରଖିଥିବା ଉଦବୋଧନ କାର୍ଯ୍ଯକ୍ରମକୁ ଧର୍ମଶାଳାରେ ସିଧା ପ୍ରସାରଣ କରାଯାଇଥିଲା । ଏଥିରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ବିଡିଓ ଅରବିନ୍ଦ ବେହେରାଙ୍କ ସମେତ ପଂଚାୟତ ପ୍ରତିନିଧି ଉପସ୍ଥିତ ରହି ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଂଟନ କରିଥିଲେ ।

bsky

ପର୍ଯ୍ଯାୟକ୍ରମରେ ଏହି କାର୍ଡ ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯିବାର କାର୍ଯ୍ଯକ୍ରମ ରହିଥିବା ବେଳେ ଏହି କାର୍ଡ ପାଇଁ ହିତାଧିକାରୀ ଖୁସି ଜାହିର କରିବା ସହ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.