Below header

ଗୋରା ହେବାକୁ ବ୍ୟୁଟି କ୍ରିମ୍ ବ୍ୟବହାର କରୁଥିଲେ ହୁଅନ୍ତୁ ସାବଧାନ, ଦେଖାଦେଇପାରେ ଏସବୁ ସମସ୍ୟା

ଗୋରା ହେବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାରର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଖାସ୍ କରି ଶ୍ୟାମଳ ଓ କଳା ରଙ୍ଗର ଝିଅମାନେ ସଫା ଦିଶିବାକୁ ବ୍ୟୁଟି କ୍ରିମ ବ୍ୟବହାର କରିଥାନ୍ତି। ତେବେ ଆପଣ ବୋଧେ ଜାଣିନଥିବେ ଯେ ତ୍ୱଚାକୁ ଗୋରା କରିବାକୁ ବ୍ୟବହାର କରାଯାଉଥିବା ଏହି କ୍ରିମ କ୍ଷତିକାରକ ହୋଇଥାଏ। ସ୍କ୍ରିନକୁ ଗୋରା କରିବାକୁ ବଜାରରେ ବିଭିନ୍ନ ପ୍ରକାରର କ୍ରିମ ମିଳୁଛି। ଏହି କ୍ରିମ ତ୍ୱଚାକୁ ଗୋରା କରୁଥିବା ନେଇ ଦାବି କରୁଥିଲେ ମଧ୍ୟ ଏଥିପାଇଁ ସତର୍କ ରହିବା ନିହାତି ଆବଶ୍ୟକ। ଆସନ୍ତୁ ଜାଣିବା କେମିତି…

ବଜାରରେ ଡେ କ୍ରିମ, ନାଇଟ କ୍ରିମ ଓ ମଶ୍ଚରାଇଜର ମିଳେ। ଏହା ବ୍ୟତୀତ ବଡି ଲୋସନ ବି ମିଳେ। ଏହି କ୍ରିମରେ ପେରାବିନ ନାମକ ବିଷାକ୍ତ ପଦାର୍ଥ ରହିଛି, ଯାହା ତ୍ୱଚା ସମେତ ଶରୀରକୁ ମଧ୍ୟ ପ୍ରଭାବିତ କରିଥାଏ।

କେମିତି କାମ କରେ ଏହି କ୍ରିମ :

ବଜାରରେ ମିଳୁଥିବା ବ୍ୟୁଟି ପ୍ରଡକ୍ଟରେ ଥିବା କେମିକାଲ ତ୍ୱଚାର ମେଲାନିନକୁ କମାଇ ଦିଏ। ଫଳରେ ମୁହଁ ଉଜ୍ଜ୍ୱଳ ଦିଶେ। ଗୋରା କରୁଥିବା ଏହି କ୍ରିମରେ ହାଇଡ୍ରୋକ୍ୱିନୋନ ଓ କରଟିକୋଷ୍ଟେରଏଡ ରହିଥାଏ। ବ୍ୟୁଟି କ୍ରିମରେ ଏହି ଦୁଇଟି ଉପାଦାନ ଥିବା ଯୋଗୁ ତ୍ଵଚାର ମେଲାନିନ ପ୍ରଭାବିତ ହୋଇଥାଏ।

ବ୍ୟୁଟି କ୍ରିମର ସାଇଡ ଇଫେକ୍ଟ:

  • ତ୍ୱଚାରେ ଜଳନ
  • କୁଣ୍ଡାଇ ହେବା
  • ତ୍ୱଚା ଲାଲ ହୋଇଯିବା
  • ତ୍ୱଚା କଳା ପଡ଼ିବା
  • ମୁହଁରେ ଦାଗ ହେବା
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.