PM ମୋଦିଙ୍କୁ ଭେଟିଲେ IMF ର ମୁଖ୍ୟ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ, ଫଟୋ ସେୟାର କଲା PMO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା କୋଷ (International Monetary Fund) ର ମୁଖ୍ୟ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ। ଏହି ଆଲୋଚନା ବେଳର ଫଟୋକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସେୟାର କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଫଟୋ ସେୟାର କରାଯାଇଛି। ଫଟୋରେ ପିଏମ୍ ମୋଦି ଗୀତା ଗୋପୀନାଥଙ୍କ ସହ ଠିଆ ହୋଇଥିବା ନଜର ଆସିଛନ୍ତି।

PMO ପକ୍ଷରୁ ଫଟୋ ସେୟାର କରାଯାଇ କୁହାଯାଇଛି, ଆଜି ଅନ୍ତର୍ଜାତୀୟ ମୁଦ୍ରା କୋଷ (International Monetary Fund) ର ମୁଖ୍ୟ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି।


ସୂଚନାଯୋଗ୍ୟ ଯେ ଗୀତା ଗୋପୀନାଥ ଭାରତର ମୂଳ ବାସିନ୍ଦା। ସେ ହାୱର୍ଡ ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗରେ ପ୍ରଫେସର ଥିଲେ। ଭାରତର ମହୀଶୂରଠାରେ ଗୀତା ଗୋପୀନାଥଙ୍କ ଜନ୍ମ। ଗୀତା ଗୋପୀନାଥ ଲେଡି ଶ୍ରୀରାମ କଲେଜ, ଦିଲ୍ଲୀ ୟୁନିଭର୍ସିଟିରୁ ଗ୍ରାଜୁଏସନ ପୂରା କରିଥିଲେ। ଏହା ପରେ ସେ ଆମେରିକାର ୱାଶିଙ୍ଗଟନକୁ ପଢ଼ିବାକୁ ଚାଲିଯାଇଥିଲେ। ସେ ସେଠାରେ ହିଁ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରୁ ପିଏଚଡି ପୂରା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.