ନିର୍ବାଚନୀ ସଂସ୍କାର ପ୍ରକ୍ରିୟା: ନୂଆ ଭୋଟରଙ୍କୁ ମିଳିବ ୪ଟି ପଞ୍ଜୀକରଣ ସୁଯୋଗ, ଆଧାର ସହିତ ଲିଙ୍କ ହେବ ଭୋଟର ଆଇଡି

ନିର୍ବାଚନ ସଂସ୍କାର ପାଇଁ ଦୀର୍ଘ ଦିନର ଦାବିକୁ ଦୃଷ୍ଟିରେ ରଖି ସରକାର ପୁଣି ଥରେ ସକ୍ରିୟ ହୋଇଛନ୍ତି। ଅର୍ଥାତ ନିର୍ବାଚନ ସଂସ୍କାର ସହ ଜଡିତ ବିଲକୁ ସରକାର ସବୁଜ ସଙ୍କେତ ଦେଇଛନ୍ତି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିର୍ବାଚନ ସଂସ୍କାର ସହ ଜଡିତ ଏକ ବିଲ୍ ଅନୁମୋଦନ କରାଯାଇଛି। ବିଲ୍ ଅନୁଯାୟୀ, ଆଗାମୀ ସମୟରେ ଭୋଟର ଆଇଡି କାର୍ଡ ସେହି ବ୍ୟକ୍ତିଙ୍କ ଆଧାର ନମ୍ବର ସହିତ ସଂଯୁକ୍ତ ହେବ। ଆଧାର କାର୍ଡକୁ ଭୋଟର ID ସହିତ ସଂଯୋଗ କରିବାର ନିଷ୍ପତ୍ତି ସ୍ୱେଚ୍ଛାକୃତ ହେବ। ନିର୍ବାଚନ ଆୟୋଗର ସୁପାରିଶ ଆଧାରରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଧାରକୁ ଭୋଟର ID ସହିତ ଲିଙ୍କ୍ କରିବା ଦ୍ୱାରା ନକଲି ଭୋଟର କାର୍ଡ ଧନ୍ଦାକୁ ରୋକାଯାଇପାରିବ।

ନିର୍ବାଚନ କମିଶନଙ୍କ ପକ୍ଷରୁ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବରେ ମଧ୍ୟ ସଫଳତାର ସହିତ ପାଳନ କରାଯାଇଛି । ଆସନ୍ତା ୫ ରାଜ୍ୟ ନିର୍ବାଚନ ପୂର୍ବରୁ ଏହି ସଂସ୍କାର ଲାଗୁ କରାଯାଇଛି । ପୂର୍ବରୁ ପ୍ୟାନ-ଆଧାର ଲିଙ୍କ କରାଯାଉଥିବା ବେଳେ ବର୍ତ୍ତମାନ ଭୋଟର ଆଇଡିକୁ ଆଧାର କାର୍ଡ ସହିତ ଲିଙ୍କ କରାଯିବ । ଏହା ନିର୍ବାଚନକୁ ଦୁର୍ନୀତିମୁକ୍ତ କରିହେବ । ତେବେ ଏହି ଲିଙ୍କ କରିବା ବିଷୟକୁ ସମ୍ପୂର୍ଣ୍ଣ ଭାବରେ ଇଚ୍ଛାଧୀନ ରଖାଯାଇଛି । ଏଥିସହିତ ନିର୍ବାଚନ ଆୟୋଗକୁ ଅଧିକ କ୍ଷମତା ଦେବା ପାଇଁ ସରକାର ଅଧିକ ପଦକ୍ଷେପ ନେବେ। ପ୍ରସ୍ତାବିତ ବିଲ୍ ଦେଶର ଯୁବକମାନଙ୍କୁ ପ୍ରତିବର୍ଷ ଚାରୋଟି ଭିନ୍ନ ତାରିଖରେ ଭୋଟର ଭାବରେ ପଞ୍ଜୀକୃତ କରିବାକୁ ଅନୁମତି ଦେବ। ଅର୍ଥାତ ଜଣେ ପ୍ରଥମ ଥର ଭୋଟ ପ୍ରଦାନ କରୁଥିବା ଭୋଟରଙ୍କ ପଞ୍ଜୀକରଣ ପାଇଁ ରହିଥିବା ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି । ପୂର୍ବରୁ କେବଳ ୧ ଜାନୁୟାରୀ ସୁଦ୍ଧା ପ୍ରଥମ ଥର ଭୋଟରଙ୍କ ପଞ୍ଜୀକରଣ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ୪ ଥରକୁ ବୃଦ୍ଧି କରାଯାଇଛି । ପ୍ରତି ୩ ମାସରେ ଥରେ ଲେଖାଏଁ ପଞ୍ଜୀକରଣର ସୁଯୋଗ ମିଳିବ ।

ଏଥିସହ ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ଭାବରେ ପଞ୍ଜିକରଣ କରିବାକୁ ଅନୁମତି ଦେବା ପାଇଁ ଭାରତର ନିର୍ବାଚନ ଆୟୋଗ ଏକାଧିକ ‘କଟଅଫ ତାରିଖ’ ପାଇଁ ଓକିଲାତି କରୁଛନ୍ତି । ନିର୍ବାଚନ ଆୟୋଗ ସରକାରଙ୍କୁ କହିଛନ୍ତି ଯେ ଜାନୁଆରୀରେ କଟ୍ ଅଫ୍ ତାରିଖ ହେତୁ ଅନେକ ଯୁବକ ଭୋଟର ତାଲିକାରରୁ ବଞ୍ଚିତ ହୋଇଥିଲେ। ଯେହେତୁ କେବଳ ଗୋଟିଏ କଟଅଫ୍ ତାରିଖ ଅଛି। ସେହିପରି ୨ ଜାନୁଆରୀରେ ୧୮ ବର୍ଷ ବୟସ ପୂରଣ ହୋଇଥିବା ବ୍ୟକ୍ତିମାନଙ୍କର ପଞ୍ଜୀକୃତ ହୋଇପାରିଲେ ନାହିଁ ଏବଂ ପଞ୍ଜୀକରଣ ପାଇଁ ପରବର୍ତ୍ତୀ ବର୍ଷକୁ ଅପେକ୍ଷା କରିବାକୁ ପଡିଲା।

ସେହିପରି ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ସଂସଦର ଏକ କମିଟିକୁ କହିଛି ଯେ ଲୋକସଭାର ପ୍ରତିନିଧିତ୍ୱ ଧାରା 14B ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି ଯାହା ଦ୍ୱାରା ପ୍ରତିବର୍ଷ ପଞ୍ଜୀକରଣ ପାଇଁ ଚାରୋଟି ତାରିଖ ରହିଛି। ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ଏବଂ ଅକ୍ଟୋବର ୧କୁ ଅନ୍ତର୍ଭୂକ୍ତ କରାଯାଇଛି । ମାର୍ଚ୍ଚ ମାସରେ ତତ୍କାଳୀନ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ସମାନ ବ୍ୟକ୍ତିଙ୍କୁ ଏକାଧିକ ଥର ପଞ୍ଜିକରଣର ମନ୍ଦତାକୁ ରୋକିବା ପାଇଁ ଆଧାର ଆୟୋଗକୁ ଭୋଟର ତାଲିକା ସହ ଯୋଡିବାକୁ ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.