Below header

ନକଲି ଘିଅ ଓ ତେଲ ପରେ ଏବ ନକଲି ସର୍ଫ ଜବତ, କଟକ ଭୁବନେଶ୍ବର ନୁହେଁ ସମ୍ବଲପୁରକୁ ଡେଇଁଲାଣି ନକଲି ବେପାର

ସମ୍ବଲପୁର(କେନ୍ୟୁଜ୍): ନକଲି ନକଲି ଆଉ ନକଲି, ସବୁଠି ଏବେ ନକଲି ପଦାର୍ଥର ବେପାର ଜୋରଦାରରେ ବଢୁଛି। କଟକ ଭୁବନେଶ୍ବରରେ ନକଲି ଘିଅ ଓ ତେଲ ପ୍ରସ୍ତୁତ କାରୀ କମ୍ପାନୀ ଗୁଡିକରେ ଚଢ଼ାଉ ପରେ ଏବେ ସମ୍ବଲପୁରକୁ ଧିରେ ଧିରେ ବ୍ୟାପିବାରେ ଲାଗିଛି ନକଲି କାରବାର । ଆଜି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ନୂଆପଡା ନିକଟରେ ଥିବା ଆଶିଷ ଅଗ୍ରୱାଲଙ୍କ ଏକ ନକଲି ସର୍ଫ ଗୋଦାମ ଉପରେ ଚଢ଼ାଉ କରିଛି ପୋଲିସ ।

ଚଢାଉ ବେଳେ ୨୪୪ ବସ୍ତା ନକଲି ସର୍ଫ ଜବତ କରିଛି ପୋଲିସ। ଏହି ସର୍ଫ ଗୁଡିକ ଭିତରେ ସର୍ଫ-ଏକ୍ସଲର ୧୦ ଟଙ୍କିଆ ପାଉଚ ଅଧିକ ସଂଖ୍ୟାରେ ରହିଛି। ତେବେ ନକଲି ସର୍ଫ ଗୁଡିକ କେଉଁଠାରୁ ଆସିଥିଲା ଓ କେତେ ଦିନ ହେବ ବେପାର ଚାଲିଥିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.