ଭୁବନେଶ୍ବର: ୧୨୦ ଅର୍ଦ୍ଧସାମରିକ ବାହିନୀ ପରିସରରେ  ଜାତୀୟ ସେନା ଦିବସ ପାଳନ କଲେ ସ୍ବେଚ୍ଛାସେବୀ, କେକ୍ ଖୁଆଇ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ବର(କେନ୍ୟୁଜ୍):  ନୟାପଲ୍ଲୀ ୱାର୍ଡ ନଂ ୩୯ ଅଧିନରେ ଥିବା ୧୨୦ ଅର୍ଦ୍ଧସାମରିକ ବାହିନୀ ପରିସରରେ ସେନା ଦିବସ ପାଳନ କଲେ ସ୍ବେଚ୍ଛାସେବୀ।  ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଂପାଦକ ଶାଶ୍ୱତ ଲେଙ୍କାଙ୍କ ନେତୃତ୍ୱରେ ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ ଓ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟ ଯବାନ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ସହ ଉତ୍ତରୀୟ ପ୍ରଦାନ କରିବା ସହ କେକ୍ ଖୁଆଇ ଅଭିନନ୍ଦନ ଜଣାଇଥିଲେ ।SENA2

ଦିନରାତି ଅହରହ ପରିଶ୍ରମ କରି ନିଜ ଜିବନକୁ ବାଜି ଲଗାଇ ନିଜ ପରିବାର ଠାରୁ ଦୂରରେ ରହି ଶତ୍ରୁ ମାନଙ୍କ କବଳରୁ ଦେଶକୁ ରକ୍ଷା କରିବା ସହ ସଦାସର୍ବଦା ଆମ୍ଭମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ଏହି ଉଦ୍ଦେଶ୍ୟରେ ଜବାନ ମାନଙ୍କୁ ଆହୁରି ଅସୀମ ଶକ୍ତି ପ୍ରଦାନ କରିବା ସହ ସେମାନଙ୍କ ପରିବାରକୁ ସୁଖ ଶାନ୍ତିରେ ରଖିବା ପାଇଁ ଯୁବ ଜନତା ଦଳର କର୍ମୀମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟ, ଅର୍ଜୁନ ବେହେରା, ପ୍ରଭୁଦତ୍ତ ସାମଲ, ସମାଜ ସେବୀ ଅନୁଜ ଚନ୍ଦନ ନାୟକ,ସମୀରଣ ଦାସ, ସୌମରଞ୍ଜନ ସ୍ୱାଇଁ, ରାକେଶ କୁମାର ଜାଲି, ଶିବ ପ୍ରସାଦ ସାହୁ, ସୁମନ କୁମାର ଜେନା, ରାକେଶ ବେହେରା, ସୂର୍ଯ୍ୟ ନାରାୟଣ ମହାପାତ୍ର, ସର୍ବେଶ୍ୱର ବେହେରା ଓ ନିହାର ରଞ୍ଜନ ମହାପାତ୍ର ପ୍ରମୁଖ ସାମିଲ ଥିଲେ ଓ ଉକ୍ତ କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟ ପରିଚାଳନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.