Below header

ମୋହନା ବନ ବିଭାଗର ସଫଳତା: ପେଟ୍ରୋଲିଂ ସମୟରେ ୧୧ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଜବତ

ଗଜପତି ଜିଲ୍ଲା ଅଡବା ଥାନା ନଡ଼ମା ଜଙ୍ଗଲ ରାସ୍ତାରେ ମୋହନା ବନ ବିଭାଗ ପେଟ୍ରୋଲିଂ ସମୟରେ ୧୧ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଜବତ ।ଏକ ୪୦୭ ଗାଡିରୁ ୧୧ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଜବତ କରିଛି ମୋହନା ବନ ବିଭାଗ ।

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ଅଡବା ଥାନା ନଡ଼ମା ଜଙ୍ଗଲ ରାସ୍ତାରେ ମୋହନା ବନ ବିଭାଗ ପେଟ୍ରୋଲିଂ ସମୟରେ ୧୧ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଜବତ ।ଏକ ୪୦୭ ଗାଡିରୁ ୧୧ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଜବତ କରିଛି ମୋହନା ବନ ବିଭାଗ ।

ବିଶେଷ ସୁତ୍ରରୁ ଖବର ପାଇ ମୋହନା ବନ ଅଧିକାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ଗାଡି ସହ କାଠ ଗଣ୍ଡି ଜବତ କରିବାରେ ସକ୍ଷମ ହୋଇଛି ବନ ବିଭାଗ ।

ଜବତ କାଠ ଗଣ୍ଡି ଗଜପତି ରୁ ଗଞ୍ଜାମ ଚାଲାଣ କରାଯାଉଥିବା ଜଣାପଡିଛି । ତେବେ ଏହାର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ମୋହନା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.