Below header

ଜମି ବିବାଦ; ରାତିରେ ଶୋଇଥିବା ବେଳେ ଝିଅ, ଜ୍ୱାଇଁ ଓ ଶ୍ୱଶୁରଙ୍କୁ ଗୁଳି କରି ହତ୍ୟା

ଉତ୍ତରପ୍ରଦେଶର କୌଶାମ୍ବି ଜିଲ୍ଲା ସନ୍ଦୀପ ଘାଟ ପୋଲିସ ଷ୍ଟେସନ ଅଞ୍ଚଳର ପଣ୍ଡା ଛକ ଠାରେ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି । ହତ୍ୟା କରିବା ପରେ ନିକଟରେ ଥିବା ଅନେକ ଘରେ ନିଆଁ ଲଗାଇଥିଲେ ଅଭିଯୁକ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ।

ରାତିରେ ଶୋଇଥିବା ବେଳେ ଶ୍ୱଶୁର, ଜ୍ବାଇଁ ଏବଂ ଝିଅକୁ ଗୁଳି କରି ହତ୍ୟା । ସାମାନ୍ୟ ଜମି ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଛି । ଉତ୍ତରପ୍ରଦେଶର କୌଶାମ୍ବି ଜିଲ୍ଲା ସନ୍ଦୀପ ଘାଟ ପୋଲିସ ଷ୍ଟେସନ ଅଞ୍ଚଳର ପଣ୍ଡା ଛକ ଠାରେ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି । ହତ୍ୟା କରିବା ପରେ ନିକଟରେ ଥିବା ଅନେକ ଘରେ ନିଆଁ ଲଗାଇଥିଲେ ଅଭିଯୁକ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି । ତେବେ ଏହି ଘଟଣାର କାରଣ ଜମି ବିବାଦ ବୋଲି କୁହାଯାଉଛି ।

ସୂଚନା ମୁତାବକ ଛବିଲବାରେ ରହୁଥିବା ୬୨ ବର୍ଷିୟ ହରିଲାଲଙ୍କ ଜମି ପଣ୍ଡା ଛକରେ ଅଛି । ସ୍ଥାନୀୟ ଲୋକଙ୍କ ସହ ହରିଲାଲଙ୍କର ବିବାଦ ଲାଗି ରହିଥିଲା । ହରିଲାଲ ବିବାଦୀୟ ଜମିରେ ଏକ ଛପର ଘର କରି ରହୁଥିଲେ । ତାଙ୍କର ୨୬ ବର୍ଷର ଜ୍ବାଇଁ ଶିବସାଗର ଏବଂ ୨୨ ବର୍ଷର ଝିଅ ବୃଜକଲୀ ମଧ୍ୟ ସେହି ଛପର ଘରେ ରହୁଥିଲେ।

ଶିବସାଗର ନିକଟରେ ଏକ ଭଡା ଦୋକାନ ନେଇ ଜନ ସେବା କେନ୍ଦ୍ର ଚଳାଉଥିଲେ । ତେବେ ଗୁରୁବାର ରାତିରେ ହରିଲାଲ ନିଜ ଝିଅ ଓ ଜ୍ୱାଇଁ ସହ ସେହି ଛପର ଘରର ବାହାରେ ଶୋଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ କିଛି ଲୋକ ରାତିରେ ତିନି ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚିବା ପରେ ସମ୍ପର୍କୀୟଙ୍କୁ ଘଟଣା ବିଷୟରେ ଜଣା ପଡ଼ିଥିଲା । ପଡ଼ୋଶୀମାନଙ୍କ ଘର ସମ୍ପୂର୍ଣ୍ଣ ଶାନ୍ତ ଥିଲା । ଘଟଣା ଜାଣିବା ପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଏହା ପରେ ସମ୍ପର୍କୀୟ ଓ ଗ୍ରାମବାସୀମାନେ ବନ୍ଦ ଘରେ ନିଆଁ ଲଗାଇ ଦେଇଥିଲେ । ଏସପି ବୃଜେଶ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଏହି ଘଟଣା ଜମି ସମ୍ବନ୍ଧୀୟ ବିବାଦ ପାଇଁ ହୋଇଥିବା ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.