କେରଳରେ ନିପା ଭାଇରସ ବୃଦ୍ଧିକୁ ନେଇ କର୍ଣ୍ଣାଟକ ସତର୍କ, ଜରୁରୀ ନଥିଲେ ପ୍ରଭାବିତ ଅଞ୍ଚଳ ନ ଯିବାକୁ ପରାମର୍ଶ

ନିପା ଭାଇରସକୁ ନେଇ କର୍ଣ୍ଣାଟକରେ ଆଲର୍ଟ । କେରଳରେ ନିପା ଭୂତାଣୁ ସଂକ୍ରମଣ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ ସର୍କୁଲାର ଜାରି କରାଯାଇଛି । କେରଳରେ ଆଉ ଜଣେ ସଂକ୍ରମିତଙ୍କୁ ମିଶାଇ ଓ ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଜରୁରୀ ନଥିଲେ କେରଳର ପ୍ରଭାବିତ ଅଞ୍ଚଳ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ନୂଆଦିଲ୍ଲୀ : ନିପା ଭାଇରସକୁ ନେଇ କର୍ଣ୍ଣାଟକରେ ଆଲର୍ଟ । କେରଳରେ ନିପା ଭୂତାଣୁ ସଂକ୍ରମଣ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ ସର୍କୁଲାର ଜାରି କରାଯାଇଛି । କେରଳରେ ଆଉ ଜଣେ ସଂକ୍ରମିତଙ୍କୁ ମିଶାଇ ଓ ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । କୋଝିକୋଡ଼ରେ ଅବଜରଭେସନରେ ଥିବା ଜଣେ ୩୯ ବର୍ଷୀୟ ବ୍ୟକ୍ତି ନିପା ସଂକ୍ରମିତ ହୋଇଛନ୍ତି । ଏପର୍ଯ୍ୟନ୍ତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

କେରଳରେ ନିପା ଆତଙ୍କ ପରେ କର୍ଣ୍ଣାଟକ ସରକାର ସର୍କୁଲାର ଜାରି କରିଛନ୍ତି । ଜରୁରୀ ନଥିଲେ କେରଳର ପ୍ରଭାବିତ ଅଞ୍ଚଳ ନ ଯିବାକୁ ପରାମର୍ଶ ଦିଆଯାଇଛି । କେରଳର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ କଡ଼ା ନଜର ରଖାଯାଇଛି । ରାଜସ୍ଥାନରେ ମଧ୍ୟ ମେଡିକାଲ ଟିମକୁ ଆଲର୍ଟ କରାଯାଇଛି । କୋଝିକୋଡ ଜିଲ୍ଲାର ସାତଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ପଞ୍ଚାୟତରୁ କେହି ଯିବାଆସିବା କରିପାରିବେ ନାହିଁ। କଣ୍ଟେନମେଣ୍ଟ ଜୋନରେ ଥିବା ବ୍ୟାଙ୍କ, ସରକାରୀ ଓ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡିଗୁଡିକ ବନ୍ଦ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.