Below header

ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ସାନ ଘାଗରା, ସୌନ୍ଦର୍ଯ୍ୟର ମଜା ନେଉଛନ୍ତି ପର୍ଯ୍ୟଟକ

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସାନଘାଗରା । ଘଟଗାଁ ମାତାରିଣଙ୍କ ଦର୍ଶନ ପରେ ସାନଘାଗରା ବୁଲି ଭରପୁର ଆନନ୍ଦ ଉଠାଇଥାନ୍ତି ପର୍ଯ୍ୟଟକ । ବର୍ଷକ ବାରମାସ ଥଣ୍ଡା ଅନୁଭୂତ ହେଉଥିବା ସାନଘାଗରାରେ ସବୁ ସମୟରେ ପର୍ଯ୍ୟଟକଙ୍କ ଭିଡ ଲାଗିରହେ ।

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସାନଘାଗରା । ଘଟଗାଁ ମାତାରିଣଙ୍କ ଦର୍ଶନ ପରେ ସାନଘାଗରା ବୁଲି ଭରପୁର ଆନନ୍ଦ ଉଠାଇଥାନ୍ତି ପର୍ଯ୍ୟଟକ । ବର୍ଷକ ବାରମାସ ଥଣ୍ଡା ଅନୁଭୂତ ହେଉଥିବା ସାନଘାଗରାରେ ସବୁ ସମୟରେ ପର୍ଯ୍ୟଟକଙ୍କ ଭିଡ ଲାଗିରହେ । ଏହାର ବଣ, ପାହାଡ, ଝରଣାର ନୈଶର୍ଗିକ ସୌନ୍ଦର୍ଯ୍ୟ ଦର୍ଶକଙ୍କୁ ଅଭିଭୂତ କରୁଥିବା ବେଳେ, ଏଠାରେ ବୋଟିଂର ଭରପୁର୍ ମଜା ଉଠାଇଥାନ୍ତି ପର୍ଯ୍ୟଟକ । କେନ୍ଦୁଝର ସହରରୁ ମାତ୍ର ୫କିଲୋମିଟର ଦୂରରେ ଅବସ୍ଥିତ ସାନଘାଗରା ପର୍ଯ୍ୟଟନସ୍ଥଳୀ ।

ଘାଟିରାସ୍ତା ଚଢି ଏହି ସ୍ଥାନକୁ ଯିବାର ମଜା ନିଆରା । ଏହାର ପ୍ରଶସ୍ତ ଓ ଆକର୍ଷଣୀୟ ପ୍ରବେଶପଥର ପ୍ରଥମ ଦର୍ଶନରେ ଅଭିଭୂତ ହୋଇଉଠନ୍ତି ପର୍ଯ୍ୟଟକ । ପ୍ରବେଶପଥର ଦକ୍ଷିଣପାର୍ଶ୍ୱରେ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ନିର୍ମିତ ହେଉଛି ନୂତନ ପାର୍କିଂସ୍ଥଳ । ପର୍ଯ୍ୟଟନ ଋତୁ ଆରମ୍ଭରେ ହିଁ ଏଠାରେ ବଣଭୋଜି ଆରମ୍ଭ ହୋଇଯାଇଛି । ପ୍ରବେଶପଥର ବାମପାର୍ଶ୍ୱରେ ବୋଟିଂର ଭରପୁର୍ ମଜା ଉଠାଉଛନ୍ତି ପର୍ଯ୍ୟଟକ । ଦୂରକୁ ଲମ୍ବିଥିବା ବୋଟିଂସ୍ଥଳର ମଜା ପର୍ଯ୍ୟଟକମାନେ ଉଠାଇବାକୁ ଏହାର ଉଭୟ ପାର୍ଶ୍ୱରେ ନୂତନ ଭାବେ ନିର୍ମିତ ହୋଇଛି ଆକର୍ଷଣୀୟ ରାସ୍ତା ।

ବୋଟିଂସ୍ଥଳରେ ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷା ପାଇଁ ଏକ ଜେଟିର ବ୍ୟବସ୍ଥା ମଧ୍ୟ କରାଯାଇଛି । ବୁଲାବୁଲି ସାରି ଏଠାରେ ବୋଟିଂର ମଜା ଉଠାଇଥାନ୍ତି ପର୍ଯ୍ୟଟକ । ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ମାନେ ପର୍ଯ୍ୟଟନସ୍ଥଳୀ ସାନ ଘାଗରାର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଛୁଟିଆସିଥାନ୍ତି, ଏହାସହିତ ଓଡିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ନିଜ ପିଲା ଦିନ କେନ୍ଦୁଝରରେ କଟିଥିବାରୁ କେନ୍ଦୁଝରରେ ଥିବା ସାଙ୍ଗସାଥି ମାନଙ୍କ ସହ ଭୋଜି କରିବାକୁ ଆସି ପିଲା ଦିନେ ସାନ ଘାଗରାରେ କଟାଇଥିବା ସ୍ମୃତିକୁ କହି ଆନନ୍ଦିତ ହୋଇଥିଲେ, ଅନ୍ୟ ପଟରେ ପର୍ଯ୍ୟଟନ ୠତୁରେ ସାନ ଘାଗରା ମଧ୍ୟରେ ବ୍ୟବସାୟ କରୁଥିବା ବ୍ୟବସାୟ ମାନେ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରିବା ସହ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି କରି ଭଲ ଦି ପଇସା ରୋଜଗାର କରିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ସାନଘାଗରାର ମୁଖ୍ୟ ଆକର୍ଷଣ ହେଉଛି ଏହାର ଜଳପ୍ରପାତ । ପାହାଚରେ ଉପରକୁ ଉଠି ଜଳପ୍ରପାତସ୍ଥଳକୁ ଯିବା ପରୋକ୍ଷରେ ପହାଡ ଚଢିବାର ଅନୁଭୂତି ପ୍ରଦାନ କରିଥାଏ । ଜଳପ୍ରପାତ ସ୍ଥଳ ପୂର୍ବରୁ ପଡେ ସୌନ୍ଦର୍ଯ୍ୟଭରା ପାର୍କ । ଯେଉଁଠି ଦର୍ଶକମାନେ ମନଭରି ସେଲ୍ଫି ଉଠାଇଥାନ୍ତି । ଯାହା ଦର୍ଶକଙ୍କ ମନରେ ଆନନ୍ଦ ଭରିଦିଏ । ପୁନର୍ବାର ତଳକୁ ପାହାଚରେ ଗଲେ ପଡେ ଜଳପ୍ରପାତସ୍ଥଳ । ଏହାର ସୌନ୍ଦର୍ଯ୍ୟ ଅତିବ ମନୋରମ । ପାହାଡ ଉପରୁ ଖସୁଥିବା ଝରଣାର ଶୁଭ୍ର ଜଳରାଶିର ସୌନ୍ଦର୍ଯ୍ୟ ପର୍ଯ୍ୟଟକମାନଙ୍କୁ ଅଭିଭୂତ କରିଦିଏ । ବ୍ୟସ୍ତବହୁଳ ସହରୀ ଜୀବନର ଭାରାକ୍ରାନ୍ତ ମନ ହାଲୁକା କରିବାର ଭରପୁର୍ ଖୋରାକ ଯୋଗାଇଥାଏ ସାନଘାଗରାର ମନୋରମ ପରିବେଶ ।

କିନ୍ତୁ ବହୁ ପର୍ଯ୍ୟଟକ ମାନେ ସାନଘାଗରରେ ରୋପ ୱେ କରାଗଲେ ସାନ ଘାଗରର ମନୋରମ ସୌନ୍ଦର୍ଯ୍ୟ ଆହୁରି ଭଲ ଭାବରେ ଉପଭୋଗ କରିପାରନ୍ତେ ବୋଲି କହିଛନ୍ତି, ଅନ୍ୟ ପଟରେ ସାନଘାଗରାର ପରିବେଶକୁ ଅଧିକ ଆକର୍ଷଣୀୟ କରିବାକୁ ସରକାର ୪କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଏହା ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି କହିବା ସହ ରୋପ ୱେ ନେଇ ସରକାରଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.