ଏପରି ଏକ ସାର୍କ ଯାହାର ଓଜନ ହାତୀ ଠାରୁ ମଧ୍ୟ ଅଧିକ,ଆଶ୍ଚର୍ଯ୍ୟ ଲାଗିଲେ ବି ସତ

ମେଗାଲୋଡୋନ୍ ସାର୍କ ଇତିହାସରେ ସବୁଠାରୁ ବିପଜ୍ଜନକ ପଶୁ ଭାବରେ ବିବେଚନା କରାଯାଏ । କୁହାଯାଏ ସମୁଦ୍ରରେ ରହୁଥିବା ଏହି ମାଛ ବହୁ ବର୍ଷ ପୂର୍ବେ ସମୁଦ୍ରକୁ ଶାସନ କରୁଥିଲେ ।

ଯଦି ଆପଣ କେବେ ସମୁଦ୍ର ଦେଖିବା ପାଇଁ ଯାଆନ୍ତି, ତେବେ ଆପଣଙ୍କ ମନରେ ନିଶ୍ଚିତ ଗୋଟିଏ ପ୍ରଶ୍ନ ଆସିଥିବ, ଯେ ସମୁଦ୍ରର ସବୁଠାରୁ ବିପଜ୍ଜନକ ପ୍ରାଣୀ କ’ଣ ହୋଇଥିବ । ଏହା ସହ ଆମ ଇତିହାସରେ ମଧ୍ୟ ସବୁଠାରୁ ବିପଜ୍ଜନକ ପ୍ରାଣୀ କିଏ ହୋଇଥିବ । ତେବେ ଆପଣମାନେ ଏହି କଥା ଶୁଣିି ଆପଣଙ୍କ ମନରେ ଗୋଟିଏ କଥା ଆସଥିବ ଯେ ଡାଇନୋସର ଅପେକ୍ଷା କୌଣସି ପଶୁ ବଡ଼ ଏବଂ ବିପଜ୍ଜନକ ହେବ କି ? ତେବେ ଏହି ପ୍ରଶ୍ନର ଉତ୍ତର ଠିକ୍‌ କି ଦୁନିଆର ସବୁ ଠାରୁ ପଶୁ ହେଉଛି ଡାଇନୋସର । ତେବେ ପ୍ରକୃତରେ ମେଗାଲୋଡୋନ୍ ସାର୍କ ଇତିହାସରେ ସବୁଠାରୁ ବିପଜ୍ଜନକ ପଶୁ ଭାବରେ ବିବେଚନା କରାଯାଏ । କୁହାଯାଏ ସମୁଦ୍ରରେ ରହୁଥିବା ଏହି ମାଛ ବହୁ ବର୍ଷ ପୂର୍ବେ ସମୁଦ୍ରକୁ ଶାସନ କରୁଥିଲେ ।
ମେଗାଲୋଡୋନ୍ ସାର୍କ କ’ଣ ? 
ଗ୍ରୀକ୍ ରେ, ‘ମେଗାଲୋଡୋନ୍’ ର ଅର୍ଥ ହେଉଛି ‘ବହୁତ ବଡ ଦାନ୍ତ’ । ତେବେ ମେଗାଲୋଡୋନ୍ ସାର୍କ ସ୍କାଏଥ୍ ସାର୍କ ବର୍ଗରେ ଆସନ୍ତି । ଯାହା ସମୁଦ୍ରର ବହୁତ ବିଶାଳ ମାଛ ଥିଲା । ହେଲେ ଏହା ବର୍ତ୍ତମାନ ବିଲୁପ୍ତ ହୋଇଯାଇଛି । ବୈଜ୍ଞାନିକଙ୍କ ଅନୁସାରେ, ୨୫ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଏହି ସାର୍କ ପୃଥିବୀରେ ଥିଲେ । ସେହି ସମୟରେ ବୈଜ୍ଞାନିକମାନେ ଏହି ସାର୍କକୁ ଦେଖି ଆକଳନ କରିଥିଲେ ଯେ ଏହା ପୃଥିବୀରେ ୨.୫ ରୁ ୩ ନିୟୁତ ବର୍ଷ ପୂର୍ବେ ଆସିଥିଲେ । ଯାହାର ଗଠନ ଆଜିର ଗ୍ରେଟ୍‌ ଧଳା ସାର୍କ ସହିତ କରାଯାଏ ।  ମେଗାଲୋଡନ ସାର୍କ ଆଣ୍ଟାର୍ଟିକା ସହିତ, ପ୍ରାୟ ପ୍ରତ୍ୟେକ ମହାଦେଶକୁ ମାଳଦ୍ୱୀପରେ ଦେଖିବାକୁ ମିଳିଛି । ସେହି ସମୟରେ, ଭାରତରେ ଥିବା ଏହି ସାର୍କ ବଙ୍ଗଳାରେ ଦେଖିବାକୁ ମିଳିଥିଲା ।
ଗୋଟିଏ ମାଛରୁ ମିଳିଥିଲା ଅନେକ ଦାନ୍ତ : 
ବୈଜ୍ଞାନିକମାନେ ମାଗାଲୋଡୋନ ପ୍ରଜାତିର ମାଛରୁ ୪୦ ହଜାର ଦାନ୍ତ ମଳିଥିଲା । ତେବେ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହା କୁହାଯାଇଛି ଯେ ଏହି ମାଛର ଦାନ୍ତ ୨୦ ମିଲିମିଟର ପର୍ଯ୍ୟନ୍ତ ଲମ୍ବା ଥିଲା । କୁହାଯାଏ ଯେ ଏହି ମାଛ ହାତୀ ଠାରୁ ୪ ଗୁଣା ଅଥିକ ଓଜନ ଥିଲା । ତେବେ ପୂର୍ବରୁ ଏହି ମାଛକୁ ଡ୍ରାଗନ ବୋଲି ବିବେଚନା କରାଯାଉଥିଲା । ସେ ଏତେ ଶକ୍ତିଶାଳୀ ଥିଲେ ଯେ ସାର୍କ ପରି ଏକ ବିଶାଳ ମାଛ ମଧ୍ୟ ସହଜରେ ଖାଇଦେଉଥିଲା ।
କିନ୍ତୁ ଏବେ ଏହି ମାଛ ଦେଖିବା ପାଇଁ ମିଳୁନାହାନ୍ତି କାରଣ ବର୍ତ୍ତମାନର ଜଳବାୟୁ କରିବର୍ତ୍ତନ ଯୋଗୁ ଏପରି ହେଉଛି । ବାସ୍ତବରେ ମାଗାଲୋଡୋନ ସାର୍କ ଗରମ ପାଣିରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁ, ସମୁଦ୍ର କୂଳ ହଠାତ୍‌ ଥଣ୍ଡା ହୋଇଯାଇଥିଲା । ଏହି କାରଣରୁ ମେଗାଲୋଡୋନ୍ ସାର୍କ ଧୀରେ ଧୀରେ ବିଲୁପ୍ତ ହୋଇଗଲେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.