Below header

ଏବେବି ଚାଲିଛି ଐତିହାସିକ ଯୁଗର ପାରମ୍ପରିକ ଅଦଳବଦଳ କାରବାର, ଜିନିଷ ବଦଳେଇ ଜିନିଷ ନେଉଛନ୍ତି

ବଦଳିଛି ସମୟ ବଦଳିଛି ଯୁଗ । ହେଲେ ଆଜି ବି କିଛି ଗାଁରେ ଏପରି କିଛି ପରମ୍ପରା ଚଳଣି ରହିଛି । ଯାହା ଆପଣ ଦେଖିଲେ ବିଶ୍ୱାସ କରିପାରିବେନି। ଆମେ ଆମ ଜେଜେବାପାଙ୍କ ସମୟରେ ଅଦଳ ବଦଳ କାରବାର କଥା ଶୁଣିଥିଲେ । କିନ୍ତୁ ଏବେ ତାହା କିଛି ଗାଁରେ ପ୍ରଚଳିତ ହେଉଛି ।

ନବରଙ୍ଗପୁର: ବଦଳିଛି ସମୟ ବଦଳିଛି ଯୁଗ । ହେଲେ ଆଜି ବି କିଛି ଗାଁରେ ଏପରି କିଛି ପରମ୍ପରା ଚଳଣି ରହିଛି । ଯାହା ଆପଣ ଦେଖିଲେ ବିଶ୍ୱାସ କରିପାରିବେନି। ଆମେ ଆମ ଜେଜେବାପାଙ୍କ ସମୟରେ ଅଦଳ ବଦଳ କାରବାର କଥା ଶୁଣିଥିଲେ । କିନ୍ତୁ ଏବେ ତାହା କିଛି ଗାଁରେ ପ୍ରଚଳିତ ହେଉଛି । ଏହି ଗାଁରେ ବିନା ଟଙ୍କାରେ କିଣିଥାନ୍ତି ଜିନିଷ । ଡିଜିଟାଲ ଅର୍ଥ କାରବାର ୟାଙ୍କ ପାଇଁ ସାତ ସପନ।
ମୁଣ୍ଡରେ ଚାଙ୍ଗୁଡ଼ି ଧରି ଗାଁ ଗାଁ ବୁଲୁଛନ୍ତି ଆଦିବାସୀ ମହିଳା । ଚାଙ୍ଗୁଡି ରେ ରହିଛି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ସହ ପନିପରିବା ଓ ଅନ୍ୟାନ୍ୟ ଦ୍ରବ୍ୟ। ମହିଳା ଜଣକ ଗାଁ ରେ ପହଞ୍ଚିଲା ମାତ୍ରେ ଅନ୍ୟ ମହିଳା ମାନେ ଛୋଟ ଛୋଟ ଝୁଡି ରେ ଧାନ ଓ ଚାଉଳ ଧରି ଆସନ୍ତି । ବିକ୍ରି କରିବାକୁ ଆସିଥିବା ମହିଳାଙ୍କୁ ସେହି ଧାନ ଓ ଚାଉଳ ଦେଇ ତାଙ୍କ ଠାରୁ ବାଇଗଣ ଟମାଟୋ କଞ୍ଚାଲଙ୍କା ବଡି ଓ ଶୁଖୁଆ ଆସି ନିଅନ୍ତି । ଏଭଳି କାରବାରକୁ ଅର୍ଥନୀତି ଭାଷାରେ “ଅଦଳ ବଦଳ” କାରବାର ବୋଲି କୁହାଯାଏ ।

ଆଜିକାଲି ବି ଚାଲିଛି ଐତିହାସିକ ଯୁଗର ପାରମ୍ପରିକ ଅଦଳବଦଳ କାରବାର। ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ବିଭିନ୍ନ ଗ୍ରାମରେ ଏହି ଅଦଳ ବଦଳ କାରବାର ଦେଖିବାକୁ ମିଳିଛି । ଏଠାକାର ବାସିନ୍ଦା ଜିନିଷ ବଦଳେଇ ଜିନିଷ ନେଉଛନ୍ତି।ଏମାନଙ୍କ ପାଖରେ ପହଞ୍ଚି ପାରିନି ଆଧୁନିକ ଯୁଗର ଡିଜିଟାଲରେ ଟଙ୍କା ପଇସା କାରବାର। ଏହି ଅଦଳ ବଦଳ କାରବାର କେଉଁ ଐତିହାସିକ ଯୁଗରୁ ପାରମ୍ପରିକ ଭାବରେ ଚାଲି ଆସିଛି ।ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ତାଲବେଡା ଗାଁ ରେ ଏହି ଭଳି ଦୃଶ୍ୟ ଆମ ସାମ୍ନାକୁ ଆସିଥିଲା। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ଅଦଳ ବଦଳ କାରବାର ଏପର୍ଯ୍ୟନ୍ତ ଚାଲିଛି ।

ଲୋକେ ଦ୍ରବ୍ୟ ବଦଳରେ ଦ୍ରବ୍ୟ ଦିଆ ନିଆ କରୁଛନ୍ତି। କୌଣସି ଜିନିଷକୁ ଓଜନ ନକରି ଆନୁମାନିକ ଭାବରେ ଲୋକଙ୍କଠାରୁ ଧାନ ଚାଉଳ ନିଅନ୍ତି ଓ ସେହି ଅନୁପାତ ରେ ପନିପରିବା ସହ ଅନ୍ୟାନ୍ୟ ଜିନିଷ ଦିଅନ୍ତି । ଟଙ୍କା ପଇସାର କାରବାର ଏମାନେ ସଠିକ୍ ଭାବରେ ଜାଣନ୍ତି ନାହିଁ। ଆଉ ଏମାନଙ୍କ ପାଇ ଆଧୁନିକ ଡିଜିଟାଲ ଯୁଗରେ ଫୋନପେ, ଗୁଗୁଲ୍ ପେ ଇତ୍ୟାଦି ସାତ ସପନ । ଶିକ୍ଷା ର ପ୍ରଚାର ପ୍ରସାର ଓ ସଚେତନତା ଅଭାବରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ଅଦଳବଦଳ କାରବାର ଚାଲିଛି ଟଙ୍କା ପଇସା କାରବାର ଆଦିବାସୀଙ୍କ ପାଇଁ ଏକ ଜଟିଳ ବ୍ୟବସ୍ଥା, ଆଧୁନିକ ଡିଜିଟାଲ ଇଣ୍ଡିଆରେ ଚାଲିଥିବା ଫୋନପେ ଗୁଗୁଲ୍ ପେ ବ୍ୟବସ୍ତା ଏମାନଙ୍କ ପାଖରେ ପହଞ୍ଚି ପାରିନି । ଗମନା ଗମନ ,ଯୋଗାଯୋଗ ଓ ଶିକ୍ଷାର ଆଲୋକ ଏମାନଙ୍କ ପାଖରେ ପହଞ୍ଚିଲେ ଏହି ଅଦଳ ବଦଳ କାରବାରରେ ବ୍ୟତିକ୍ରମ ଆସିବ ବୋଲି କହିଛନ୍ତି ଗବେଷକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.