ଖେଳ ନିୟମ ବଦଳାଇଲା ICC, ପୂର୍ବରୁ ଫିଲ୍ଡିଂ ଟିମକୁ ମିଳୁଥିଲା ଲାଭ

ଷ୍ଟମ୍ପିଂ ଅପିଲରେ ଏବେ କଟ୍‌ ବିହାଇଣ୍ଡିଂ ଚେକ୍‌ କରାଯିବ ନାହିଁ । ଯଦି ଫିଲ୍ଡିଂ ସମୟରେ କୌଣସି ଟିମ୍ କୌଣସି ବ୍ୟାଟସମ୍ୟାନ ବିରୁଦ୍ଧରେ ଷ୍ଟମ୍ପିଂର ନିବେଦନ କରୁଥିଲା, ଯଦି ମାମଲା ତୃତୀୟ ଅମ୍ପାୟାର ପାଖକୁ ଯାଉଥିଲା ତେବେ ଏପରି ସ୍ଥିତିରେ ଷ୍ଟମ୍ପିଂ ବ୍ୟତିତ କଟ୍ ବିହାଇଣ୍ଡକୁ ବି ଚେକ୍ କରାଯାଉଥିଲା ।

ଆଇସିସି ଖେଳ ନିୟମରେ ଗତ ମାସରେ କିଛି ବଡ ପରିବର୍ତ୍ତନ କରିଥିଲା ହେଲେ ଏହାକୁ ନେଇ କୌଣସି ଅଫିସିଆଲ ଘୋଷଣା କରିନଥିଲା । ଏବେ ଏହି ନିୟମ ୨୦୨୪ ଆରମ୍ଭରୁ ଲାଗୁ ହୋଇଛି । ଏହି ସମସ୍ତ ନିୟମ ୩ ଜାନୁଆରୀରୁ ଭାରତ ଓ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଲାଗୁ ହୋଇଛି ।

ଷ୍ଟମ୍ପିଂ ଅପିଲରେ ଏବେ କଟ୍‌ ବିହାଇଣ୍ଡିଂ ଚେକ୍‌ କରାଯିବ ନାହିଁ । ଯଦି ଫିଲ୍ଡିଂ ସମୟରେ କୌଣସି ଟିମ୍ କୌଣସି ବ୍ୟାଟସମ୍ୟାନ ବିରୁଦ୍ଧରେ ଷ୍ଟମ୍ପିଂର ନିବେଦନ କରୁଥିଲା, ଯଦି ମାମଲା ତୃତୀୟ ଅମ୍ପାୟାର ପାଖକୁ ଯାଉଥିଲା ତେବେ ଏପରି ସ୍ଥିତିରେ ଷ୍ଟମ୍ପିଂ ବ୍ୟତିତ କଟ୍ ବିହାଇଣ୍ଡକୁ ବି ଚେକ୍ କରାଯାଉଥିଲା । ଯାହାକୁ ନେଇ ପୂର୍ବ କ୍ରିକେଟ୍ ଖେଳାଳି ଆପତ୍ତି କରିଥିଲେ ।

ଏବେ ନୂଆ ନିୟମ ଅନୁସାରେ ଯଦି ଷ୍ଟମ୍ପିଂକୁ ନେଇ କୌଣସି ଟିମ୍ ଆବେଦନ କରିବ ତେବେ ଏପରି ସ୍ଥିତିରେ ତୃତୀୟ ଅମ୍ପାୟାର ପାଖକୁ ଯିବାକୁ ସେ କେବଳ ସାଇଡ୍ ଅନ୍ ରିପ୍ଲେକୁ ଦେଖି ଏହାକୁ ଚେକ୍ କରିବ । ଏହା ବ୍ୟତିତ ଯଦି ଫିଲ୍ଡିଂ ଟିମ୍କୁ କଟ୍ ବିହାଇଣ୍ଡର ନିବେଦନ କରିବାକୁ ପଡିବ ତେବେ ତାଙ୍କୁ ଡିଆରଏସ୍ ନେବାକୁ ପଡିବ ।

ଏହା ବ୍ୟତିତ ଏବେ ଖେଳୁଥିବା ସମୟରେ ଖେଳାଳିଙ୍କୁ କୌଣସି ଆଘାତ ପହଞ୍ଚିଲେ ଖେଳକୁ ବନ୍ଦ କରାଯିବାର ସମୟ ସୀମା ନିର୍ଦ୍ଧାରଣ କରାଯାଇଛି । ଫଳରେ କୌଣସି ଖେଳାଳି ପଡିଆରେ ଆହତ ହେଲେ ଖେଳ କେବଳ ୪ ମିନିଟ୍ ପର୍ଯ୍ୟନ୍ତ ହିଁ ରୋକାଯାଇପାରିବ ।

ଏବେ ତୃତୀୟ ଅମ୍ପାୟାର ନିକଟରେ ଫ୍ରଣ୍ଟ ଫୁଟ୍ ବ୍ୟତିତ ଅନ୍ୟ ସମସ୍ତ ପ୍ରକାରର ନୋ ବଲ୍ ଯାଞ୍ଚ କରିବାର ଅଧିକାର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.