ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ED ରେଡ, ବେଆଇନ ଖଣି ଖନନ ନେଇ ହୋଇଥିଲା ମାମଲା

ଷ୍ଟିଲ କମ୍ପାନୀରେ ଇଡି ରେଡ୍। ଦୀପକ ଗୁପ୍ତା ଷ୍ଟିଲର ବିଭିନ୍ନ ସ୍ଥାନରେ ଚଢାଉ । ଭୁବନେଶ୍ବର, ରାଉରକେଲା, ବଡ଼ବିଲ ଅଞ୍ଚଳରେ ଚାଲିଛି ରେଡ୍। ଭୁନେଶ୍ବର ଖାରବେଳନଗର ଓ IRC ଭିଲେଜ ଅଞ୍ଚଳରେ ଚଢାଉ ଚାଲିଛି । ଦୀପକ ଗୁପ୍ତାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମାୱାଲାଙ୍କ ଘରେ ଚାଲିଛି ରେଡ୍।

ଭୁବନେଶ୍ୱର (କେନ୍ୟୁଜ): ଷ୍ଟିଲ କମ୍ପାନୀରେ ଇଡି ରେଡ୍ । ଦୀପକ ଗୁପ୍ତା ଷ୍ଟିଲର ବିଭିନ୍ନ ସ୍ଥାନରେ ଚଢାଉ । ଭୁବନେଶ୍ବର, ରାଉରକେଲା, ବଡ଼ବିଲ ଅଞ୍ଚଳରେ ଚାଲିଛି ରେଡ୍ । ଭୁନେଶ୍ବର ଖାରବେଳନଗର ଓ IRC ଭିଲେଜ ଅଞ୍ଚଳରେ ଚଢାଉ ଚାଲିଛି । ଦୀପକ ଗୁପ୍ତାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମାୱାଲାଙ୍କ ଘରେ ଚାଲିଛି ରେଡ୍। ଘର ଏବଂ ଅନ୍ୟାନ୍ୟ ତିନିଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି।

୧୫୦୦ କୋଟି ଉଳିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା । ୧୫୦୦ କୋଟି ଉଳିବୁରୁ ଖଣି ଦୁର୍ନୀତି ର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା। ଓଡ଼ିଶା ଭିଜିଲାନ୍ସ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା। ବେଆଇନ ଖଣି ଖନନ ନେଇ ହୋଇଥିଲା ମାମଲା। ଭିଜିଲାନ୍ସ ମାମଲାକୁ ଆଧାର କରି PMLA ଅକ୍ଟ ରେ ଚଢ଼ାଉ କରୁଛି ଇଡି।