ଦୀର୍ଘ ଦିନ ଧରି ସାଇତିଥିଲେ ୨ ଲକ୍ଷ, ମୋ କଲେଜ୍‌ ଅଭିଯାନକୁ ଦାନ କଲେ ସବୁ ଟଙ୍କା

ଦୁଇ ଜଣ ପିଲା ଅଜା ଆଇଙ୍କ ଠାରୁ ମିଳିଥିବା ଟଙ୍କାକୁ ସାଇତି ରଖି ୨ ଲକ୍ଷ ଟଙ୍କା କରିଥିଲେ । ଏବଂ ସମସ୍ତ ଟଙ୍କାକୁ ମୋ କଲେଜ୍‌ ଅଭିଯାନକୁ ଦାନ କରିଛନ୍ତି । କୁନି ବୟସରେ ବି ଦେଖାଇଛନ୍ତି ଉଚ୍ଚ ଆକାଂକ୍ଷା । ଟଙ୍କା ପ୍ରତି ଟିକେ ବି ଲୋଭ ନାହିଁ ।

ଜଗତସିଂହପୁର (କେନ୍ୟୁଜ): ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରି ରଖିଥିଲେ ଦୁଇ ଲକ୍ଷ । ଘରର ବୟସ୍କ ବ୍ୟକ୍ତି ଓ ସମ୍ପର୍କୀୟମାନେ ଯିଏ ଯାହା ଦେଲେ ତାକୁ ସାଇତି ରଖୁଥିଲେ । ଏମିତି ଦୀର୍ଘ ଦିନ ଧରି ରଖୁଥିଲେ ଟଙ୍କା, ଯାହା ଧିରେ ଧିରେ ଦୁଇ ଲକ୍ଷରେ ପହଞ୍ଚିଥିଲା । କିନ୍ତୁ ଏତେ ଟଙ୍କା ସଞ୍ଚୟ ପରେ କୁନି କୁନି ପିଲାଙ୍କ ମନରେ ଲୋଭ ଆସିନଥିଲା । ବର୍ତ୍ତମାନ ସମୟରେ କୁନି କୁନି ପିଲାମାନେ ୧୦ ଟଙ୍କା ପାଇଲେ ବି ଚକଲେଟ୍‌ କିମ୍ବା କୁରକୁରେ ଖାଇ ସବୁତକ ପଇସା ସାରି ଦିଅନ୍ତି । କିନ୍ତୁ ଦୁଇ ଜଣ ପିଲା ଅଜା ଆଇଙ୍କ ଠାରୁ ମିଳିଥିବା ଟଙ୍କାକୁ ସାଇତି ରଖି ୨ ଲକ୍ଷ ଟଙ୍କା କରିଥିଲେ । ଏବଂ ସମସ୍ତ ଟଙ୍କାକୁ ମୋ କଲେଜ୍‌ ଅଭିଯାନକୁ ଦାନ କରିଛନ୍ତି । କୁନି ବୟସରେ ବି ଦେଖାଇଛନ୍ତି ଉଚ୍ଚ ଆକାଂକ୍ଷା । ଟଙ୍କା ପ୍ରତି ଟିକେ ବି ଲୋଭ ନାହିଁ ।

ତେବେ ଜଗତସିଂହପୁର ଜିଲ୍ଲାର ଦୁଇ କୁନି ପିଲା ଦେଖାଇଛନ୍ତି ବଦାନ୍ୟତା । ତାଙ୍କର ମହତ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଯେଉଁ ବୟସରେ ବାଲିମାଟିରେ ଖେଳି ସମୟ କାଟିବା କଥା ସେହି ବୟସରେ ପିଲା ଦୁଇଜଣଙ୍କର ଉଚ୍ଚାଭିଳାଷୀ କାର୍ଯ୍ୟ ଜଗତସିଂହପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ଜଗତସିଂହପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟର ମୋ କଲେଜ ଅଭିଯାନକୁ ୨ ଲକ୍ଷ ଟଙ୍କା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି ସମାଜସେବୀ ହେମନ୍ତ କୁମାର ରଥଙ୍କ ଦୁଇ କୁନିକୁନି ନାତି ତଥାଗତ ରଥ ଓରଫ ଧନ ଓ ବ୍ରହ୍ମାନ ଅଂଶୁମାନ ରଥ ଓରଫ ରତ୍ନ ।

ଘରୁ ଅଜାଆଇ ଓ ବାପାମାଆଙ୍କ ନିକଟରୁ ମିଳୁଥିବା ପକେଟ ମନିକୁ ସଞ୍ଚୟ କରି ୨ ଲକ୍ଷ ଟଙ୍କା ଜମା କରିଥିଲେ । ପରେ ସେହି ସଞ୍ଚିତ ଅର୍ଥକୁ ମୋ କଲେଜ ଅଭିଯାନକୁ ଦାନ କରିଛନ୍ତି । ଏହି ଅର୍ଥ ରାଶିର ବ୍ୟାଙ୍କ ସୁଧ ଅର୍ଥରେ ଦୁଇପିଲାଙ୍କ ଅଣଅଜା ଓ ଅଣଆଇ କାଞ୍ଚନବାଳା ରଥ ଓ ମୁରଲୀଧର ରଥଙ୍କ ନାମରେ କାଞ୍ଚନମୁରଲୀ ନାମରେ ମେଧାବୃତ୍ତି ଦିଆଯିବାକୁ ଧନ ଓ ରତ୍ନ କଲେଜ ଅଧ୍ୟକ୍ଷ୍ୟଙ୍କୁ କହିଛନ୍ତି । ପିଲା ଦୁଇଜଣଙ୍କ ଦ୍ୱାରା ଏହି ଅର୍ଥରାଶିର ବ୍ୟାଙ୍କ ଚେକ ପ୍ରଦାନ ସମୟରେ କଲେଜ ସମୟରେ ସମାଜସେବୀଙ୍କ ସହ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମେଧାବୃତ୍ତି ଟଙ୍କା ପ୍ରତ୍ୟେକ ବର୍ଷ କଲେଜର ପ୍ରତିଷ୍ଠା ଦିବସରେ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବ । କଲେଜ ପରିସରରେ ପହଞ୍ଚିବା ପରେ ପ୍ରଥମେ ସ୍ୱାମୀ ବିବେକାନନ୍ଦ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଦୁଇ ପିଲା । ପରେ ଧନ ଓ ରତନଙ୍କୁ କଲେଜର ଅଧ୍ୟାପକମାନେ ପାଛୋଟି ଆଣିଥିଲେ ।

ପିଲା ଦୁହିଁଙ୍କ ଏଭଳି ଦାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମାନଙ୍କ ଭଳି ଯଦି ଅନ୍ୟମାନେ ଟଙ୍କା ସଞ୍ଚୟ କରି ଦାନ କରିବେ ତେବେ ଅନେକ ଗରିବ ଛାତ୍ରଛାତ୍ରୀ ଉପକୃତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.