ବଢ଼ିଲା ଗଣଶିକ୍ଷକଙ୍କ ଦରମା, ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର

ଗଣଶିକ୍ଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ବଢ଼ିଲା ଗଣଶିକ୍ଷକଙ୍କ ଦରମା। OTET ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ। OTET ପାସ୍ କରିନ ଥିବା ଗଣଶିକ୍ଷକ ମାନଙ୍କ ପାରିଶ୍ରମିକରେ ବୃଦ୍ଧି କରାଯାଇଛି। OTET ପାସ୍ କରିଥିବା ଏକସ କ୍ୟାଡ଼ର ସହକାରୀ ଶିକ୍ଷକ ମାନେ ପାଇବେ ବାର୍ଷିକ ଇନକ୍ରିମେଣ୍ଟ।

ଭୁବନେଶ୍ୱର (କେନ୍ୟୁଜ): ଗଣଶିକ୍ଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ବଢ଼ିଲା ଗଣଶିକ୍ଷକଙ୍କ ଦରମା । ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବଢ଼ାଯାଇଛି । ଖାଲି ଏତିକି ନୁହେଁ OTET ପାସ୍ କରିଥିବା ଗଣଶିକ୍ଷକ ହେବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ। OTET ପାସ୍ କରିନ ଥିବା ଗଣଶିକ୍ଷକ ମାନଙ୍କ ପାରିଶ୍ରମିକରେ ବୃଦ୍ଧି କରାଯାଇଛି। OTET ପାସ୍ କରିଥିବା ଏକସ କ୍ୟାଡ଼ର ସହକାରୀ ଶିକ୍ଷକ ମାନେ ପାଇବେ ବାର୍ଷିକ ଇନକ୍ରିମେଣ୍ଟ। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ ୧୨ ହଜାର ୧୧୩ ଗଣଶିକ୍ଷକ ।

ସୂଚନାଯୋଗ୍ୟ ଯେ 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଓ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକ ମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ OTET ପାସ କରିଥିବା ଗଣଶିକ୍ଷକ ମାନଙ୍କୁ Med ଶିକ୍ଷକ (ଏକ୍ସ କ୍ୟାଡର) ଭାବରେ ନିୟମିତ କରାଯିବ। ଏହାଦ୍ୱାରା ରାଜ୍ୟର ୧୪୭୨ ଗଣଶିକ୍ଷକ ଉପକୃତ ହେବେ । ସେହିପରି OTET ପାସ କରିନଥିବା ଗଣଶିକ୍ଷକ ମାନଙ୍କ ମାସିକ ଦରମା ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ୧୧୨୧ ଜଣ ଗଣଶିକ୍ଷକ ଉପକୃତ ହେବେ ।

ଗଣଶିକ୍ଷକମାନେ ଦରମା ବୃଦ୍ଧି ସହ ଅନେକ ଦାବି ନେଇ ରାଜଧାନୀ ରାଜରାସ୍ତାରେ ମାସ ମାସ ଧରି ଧାରଣା ଦେଇଥିଲେ। ବହୁ ବର୍ଷ ଧରି ଏନେଇ ଦାବି ବି କରି ଆସୁଥିଲେ। ତେବେ ନିର୍ବାଚନ ପୂର୍ବରୁ ଗଣଶିକ୍ଷକଙ୍କ ଦରମା ବଢ଼ାଇଛନ୍ତି ରାଜ୍ୟ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.