ଜୟପୁର: ସ୍ୱପ୍ନ ପୁରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ, ୬ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବିଜ୍ଞାନଗାର କଲେ ଲୋକାର୍ପଣ

୬ କୋଟି ଟଙ୍କା ବ୍ୟୟରେ ଉନ୍ନତ ମାନର ଅତ୍ୟାଧୁନିକ ଆକର୍ଷଣୀୟ ବିଜ୍ଞାନଗାର ଛାତ୍ରଛାତ୍ରୀ ଭେଟି ଦେଇଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଅତିଥି ରାଜ୍ୟ ପ୍ରଯୁକ୍ତି ଓ ବିଜ୍ଞାନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ କହିଛନ୍ତି ନୂଆ ଓ ବିକାଶଶୀଳ ଓଡିଶାର ନୂଆ ରୂପ ନୂଆ ଚିତ୍ର ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବିଜ୍ଞାନ କେନ୍ଦ୍ର ଆଗକୁ ଅନେକ ବୈଜ୍ଞାନିକଙ୍କୁ ସୃଷ୍ଟି କରିବ ।

ଜୟପୁର(କେନ୍ୟୁଜ): ଆମକୁ ବିଜ୍ଞାନ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏବେ ଆମ ହାତପହାନ୍ତରେ ବିଜ୍ଞାନ ଯେଉଁଥିପାଇଁ ରାଜଧାନୀ ଯିବାକୁ ପଡୁଥିଲା ଏବେ ତାହା ଆମ ସହରରେ । ଏକଥା ନିଜ ପାଟିରେ କହିଛନ୍ତି ଜଣେ ଆଦିବାସୀ ଛାତ୍ରୀ । ୬ ଏକର ଜମିରେ ୬ କୋଟି ଟଙ୍କା ବୟରେ ନିର୍ମିତ ଏହି ଅତ୍ୟାଧୁନିକ ବିଜ୍ଞାନଗାର ଯାହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଛି । ଯେଉଁଠି ରହିଛି ତିନୋଟି ଗ୍ୟାଲେରୀ ସମେତ ଅଡିଟରୀୟମ ଓ କନଫରେନ୍ସସ ହଲ ।

ସୂର୍ଯ୍ୟଘଡି ଠୁ ଆରମ୍ଭ କରି ଗିଅର ଟ୍ରେନ,ସାପଦୋଳକ,ପାରାବୋଲିକ ଡିସ୍କ,ସାଇକ୍ଲୋଏଡ, ଏଙ୍ଗୁଲାର ମୋମେଂଟମ ଭରଟେକ୍ସ ଭଳି ଭଳିକି ଭଳି ଅତ୍ୟାଧୁନିକ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ ଯନ୍ତ୍ରପାତି ଯାହା ପିଲାଙ୍କ ମନ ମୋହୁଛି । ଛାତ୍ରଛାତ୍ରୀ କହୁଛନ୍ତି ଫାଇବଟି ସ୍କୁଲ, ସ୍ମାର୍ଟ ବୋର୍ଡ ଭଳି ବିଜ୍ଞାନଗାର ଓ ପ୍ଲାନେଟୋରିୟମ ମୁଖ୍ୟମନ୍ତ୍ରୀ ତାଙ୍କ ପାଖରେ ପହଂଚେଇ ବିଜ୍ଞାନ କୁ ସହଜ କରିଦେଇଛନ୍ତି ଓ ଅନେକଙ୍କ ବୈଜ୍ଞାନିକ ସ୍ୱପ୍ନ ପୁରଣ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ସେପଟେ ବିଜ୍ଞାନ ଶିକ୍ଷକ କହିଛନ୍ତି ବିଜ୍ଞାନଗାର ମାଧ୍ୟମରେ ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ସହ ବିଜ୍ଞାନର ସରଳିକରଣ ଓ ଏ କ୍ଷେତ୍ରରେ ଆଦିବାସୀ ଅଞ୍ଚଳରେ ପିଲାଙ୍କ ଭବିଷ୍ୟତ ଗଠନ କରିବାର ଏକ ବିରାଟ ପ୍ରୟାସ ।

୬ କୋଟି ଟଙ୍କା ବ୍ୟୟରେ ଉନ୍ନତ ମାନର ଅତ୍ୟାଧୁନିକ ଆକର୍ଷଣୀୟ ବିଜ୍ଞାନଗାର ଛାତ୍ରଛାତ୍ରୀ ଭେଟି ଦେଇଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଅତିଥି ରାଜ୍ୟ ପ୍ରଯୁକ୍ତି ଓ ବିଜ୍ଞାନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ କହିଛନ୍ତି ନୂଆ ଓ ବିକାଶଶୀଳ ଓଡିଶାର ନୂଆ ରୂପ ନୂଆ ଚିତ୍ର ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବିଜ୍ଞାନ କେନ୍ଦ୍ର ଆଗକୁ ଅନେକ ବୈଜ୍ଞାନିକଙ୍କୁ ସୃଷ୍ଟି କରିବ ।

ଏପଟେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, କୋରାପୁଟ ବିଧାୟକ ରଘୁ ରାମ ପଡାଲ, କୋଟପାଡ ବିଧାୟିକା ପଦ୍ମିନି ଦିଆନ ଓ ଜିଲାପାଳ ଭି କିର୍ତ୍ତି ଭାସନଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷତ୍ରୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଖୋଲା ରହିବା ସହ ସେମାନଙ୍କୁ ଉନ୍ନତ ବିଜ୍ଞାନ ଶିକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଅତୀତରେ ବିଜ୍ଞାନଗାର ଆଉ ପ୍ଲାନେଟୋରିୟମର ଅର୍ଥ ରାଜଧାନୀ ଥିବା ବେଳେ ବର୍ତ୍ତମାନ ସେସବୁ ଆଦିବାସୀ ଅଂଚଳ ଛାତ୍ରଛାତ୍ରୀଙ୍କ ହାତପାହାନ୍ତରେ । ସାଢେ ୬ ଏକର ପରିସୀମାରେ ବିଶିଷ୍ଟ ଏଇ ବିଜ୍ଞାନଗାର ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ମାଇଲଖୁଣ୍ଟ ଯାହା ଆଗାମୀ ଭବିଷ୍ୟତ ପାଇଁ ଉଦାହରଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.