ଏହି ଘରେ ଜଣେ ବି ନାହାଁନ୍ତି ପୁରୁଷ, ୭ ଜଣଙ୍କ ଦାୟିତ୍ୱ ଏକାକର ତୁଲାଉଛନନ୍ତି ବୟସ୍କା ବୃଦ୍ଧା
ଛୁଆଠୁ ବଡ ଯାଏଁ ସମସ୍ତେ ନିର୍ଭର କରିଛନ୍ତି ଜଣଙ୍କୁ । କେନ୍ଦ୍ର ତଥା ରାଜ୍ୟ ସରକାର ସମାଜରେ ବସବାସ କରୁଥିବା ପ୍ରକୃତ ଗରିବ ଲୋକଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏପରିକି ସେମାନଙ୍କର କିପରି ଆର୍ଥିକ ଓ ସାମାଜିକ ସ୍ଥିତି ଭଲ ରହିବ ସେଥିପାଇଁ ଅନେକ ସହାୟତା ମଧ୍ୟ କରୁଛନ୍ତି ।

ଭଦ୍ରକ (କେନ୍ୟୁଜ) : ଥରେ ଦେଖନ୍ତୁ ଏ ଘରକୁ । ଘରର ଅବସ୍ଥା ଉପରେ ଥରେ ନଜର ପକାନ୍ତୁ । ଆପଣଙ୍କୁ ଏ ଘର ଭଳି ଜମା ବି ଲାଗୁନଥିବ । ଚାରିଆଡେ ଜରି ପାଲ ଓହଳା ହୋଇଥିବାର ଆପଣ ଦେଖିବାକୁ ପାଇବେ । ଏହି ପାଲ ଜରି ଭିତରେ ରହୁଛନ୍ତି ୮ ଜଣ ଲୋକ । ଆଉ ଏହି ୮ ଜଣଙ୍କ ଦାୟିତ୍ୱ ନେଉଛନ୍ତି ଜଣେ ୭୦ ବର୍ଷିୟା ବୃଦ୍ଧା । କାହିଁକିନା ଘରେ କେହିବି ପୁରୁଷ ପୁଅ ନାହାଁନ୍ତି । ଛୁଆଠୁ ବଡ ଯାଏଁ ସମସ୍ତେ ନିର୍ଭର କରିଛନ୍ତି ଜଣଙ୍କୁ । କେନ୍ଦ୍ର ତଥା ରାଜ୍ୟ ସରକାର ସମାଜରେ ବସବାସ କରୁଥିବା ପ୍ରକୃତ ଗରିବ ଲୋକଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏପରିକି ସେମାନଙ୍କର କିପରି ଆର୍ଥିକ ଓ ସାମାଜିକ ସ୍ଥିତି ଭଲ ରହିବ ସେଥିପାଇଁ ଅନେକ ସହାୟତା ମଧ୍ୟ କରୁଛନ୍ତି । କିନ୍ତୁ ଏ ସବୁ ସତ୍ୱେ ଅନେକ ଗରିବ ଲୋକଙ୍କ ପାଖରେ ସରକାରଙ୍କ କଲ୍ୟାଣ କାରି ଯୋଜନା ପହଂଚି ପାରୁ ନାହିଁ । ଫଳରେ ସେମାନେ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ହୋଇ ଆର୍ଥିକ ଦୁରାବସ୍ଥା ଦେଇ ଦୁର୍ବିସହ ଜୀବନ ବିତାଉ ଥିଲେ ବି କାହାରି ନଜର କାହାର ନଜର ପଡୁନି ଏମାନଙ୍କ ଉପରେ ।
ଏଭଳି ଏକ ସମ୍ପୃନ୍ନ ଅସହାୟ ଓ ଦୁଃଖୀ ପରିବାର ହେଉଛନ୍ତି ଭଦ୍ରକ ସହରସ୍ଥ ଜଗନାଥପୁରର ଶାନ୍ତି ସିଂ ଙ୍କ ପରିବାର । ସମ୍ପୂର୍ଣ୍ଣ ଅସହାୟ ହୋଇପଡି ରହିଛନ୍ତି ଏହି ପରିବାର । ନିଜର କିଛି ଜାଗା ନ ଥିବାରୁ ପର ଜାଗାରେ ପାଲ ଟାଣି ପର ଘରେ କାମ ଧନ୍ଦା କରି କିପରି ନିଜର ୭ ଜଣ ଝିଅ ଓ ନାତୁଣୀ ଙ୍କୁ ଚଳାଉ ଛନ୍ତି ତାହାକୁ କେହି ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ୧୦ ନମ୍ବର ୱାର୍ଡ ଜଗନାଥପୁରରେ ରୁହନ୍ତି ଗରିବ ଆଦିବାସୀ ବିଧବା ମହିଳା ଶାନ୍ତି ସିଂ । ବୟସ ୭୦ ବର୍ଷ । ପରିବାର କହିଲେ ଦୁଇ ଝିଅ ଓ ୪ ଜଣ ଛୋଟ ନାତୁଣୀ । ଏପରି ମୋଟ ୭ ଜଣଙ୍କୁ ନେଇ ତାଙ୍କର ପରିବାର । ବଡ଼ ଝିଅ ବିଜୁଳି ସିଂ ନିଜ ସ୍ୱାମୀ ଙ୍କ ଠାରୁ ଛାଡ଼ ପତ୍ର ପାଇବା ପରେ ନିଜର ଛୋଟ ଛୋଟ ୩ଟି ଝିଅଙ୍କୁ ନେଇ ତାଙ୍କ ମା ପାଖରେ ଆସି ରହୁଛନ୍ତି । କେବଳ ସେତିକି ନୁହେଁ ତାଙ୍କ ସାନ ଝିଅ ଟିକି ସିଂଙ୍କ ସ୍ୱାମୀ ମରିଯିବା ପରେ ସେ ମଧ୍ୟ ନିଜର ୩ ବର୍ଷର ଝିଅକୁ ନେଇ ଶାନ୍ତି ସିଂଙ୍କ ସହିତ ଏକାଠି ରହୁଛନ୍ତି ।
ପରିବାରରେ କୌଣସି ପୁରୁଷ ଲୋକ ନାହାନ୍ତି କି ରୋଜଗାର କିମ୍ବା ଜମି ବାଡ଼ି କିଛିବି ନାହିଁ । ଜଗନ୍ନାଥ ପୁର ରାସ୍ତା ପାର୍ଶ୍ଵ ଅନ୍ୟ ଜଣଙ୍କ ଜାଗାରେ ପାଲ ଓ ଚିରା କପଡା ଟାଣି ଅତି ଦହନୀୟ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି । ଖରା ବର୍ଷା ଶୀତ କାକର ସେମାନଙ୍କ ପାଇଁ ଏକ । ସରକାରୀ ସହାୟତା କହିଲେ ୫ କେଜି ଚାଉଳ ଓ ୫ ଶହ ଟଙ୍କାର ବିଧବା ଭତ୍ତା । ସେଥିରେ ବା କିପରି ଚଳିବେ ୭ ଜଣ । ତେଣୁ ଏବେ ଦୁଇ ଝିଅ କାମ ଧନ୍ଦା କରିବାକୁ ବାହାରି ଥିଲେ ମଧ୍ୟ ସବୁଦିନ କାମ କିଛି ମିଳୁ ନାହିଁ । ତେଣୁ ସେମାନଙ୍କର ଖାଦ୍ୟଭାବ ଦେଖା ଯାଉଛି । ଏପରି ସ୍ଥଳେ କାହାରି ଆଧାର କାର୍ଡ ନାହିଁ କି ଭୋଟର କାର୍ଡ ଖଣ୍ଡିଏ ନାହିଁ । ଯାହା ସେମାନଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଛି । ଏପରି ସ୍ଥଳେ ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନା କଥା କାହିଁକି ବା ସେମାନେ ସ୍ୱପ୍ନ ରେ ଭାବିବେ । ତେଣୁ ସରକାର ଓ ପ୍ରଶାସନ ତାଙ୍କୁ ଏ ଦିଗରେ ସାହାଯ୍ୟ ଓ ସହଯୋଗ କରିବାକୁ ସେମାନେ ନିବେଦନ କରିଛନ୍ତି ।
ସେହିପରି ଭାବେ ଶାନ୍ତି ସିଂଙ୍କ ପରିବାର ଏଠାରେ ଅନ୍ୟ ଜଣଙ୍କ ଜାଗାରେ ବହୁ କଷ୍ଟରେ ରହୁଛନ୍ତି । ତେବେ ଶାନ୍ତି ସିଂଙ୍କ ସ୍ୱାମୀର ମୃତ୍ୟୁ ପରେ ସ୍ଥାନୀୟ କାଉନସିଲର ତାଙ୍କୁ ବିଧବା ଭତ୍ତା ଖଣ୍ଡିଏ କରାଇ ଦେବା ସହିତ ଖାଉଟି କାର୍ଡ ଟିଏ କରାଇ ଦେଇଥିବା କହିଛନ୍ତି । ଏବେ ସେତକ ହିଁ ଶାନ୍ତି ସିଂଙ୍କ ସମ୍ପତି । ଏହା ବାଦ୍ ଆଉ କିଛି ବି ନାହିଁ । ତେବେ ଅସହାୟ ଗରିବ ଶାନ୍ତି ସିଂଙ୍କ ପରିବାରର ଏପରି ଦୁଃଖଦ ସ୍ଥିତି ସମ୍ପର୍କରେ ଆମ ଟିମ ଭଦ୍ରକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଜିଲ୍ଲାପାଳ ତୁରନ୍ତ ସେମାନଙ୍କୁ ଦୁଇ ଖଣ୍ଡ ବଡ଼ ପଲିଥିନି ଯୋଗାଇ ଦେବାକୁ ତହସିଲଦାରଙ୍କୁ ନିର୍ଦେଶ ଦେବା ସହିତ ସେମାନଙ୍କର ଆଧାର କାର୍ଡର ବ୍ୟବସ୍ଥା ସହିତ କିଛି ଆର୍ଥିକ ସହାୟତା କରିବାକୁ ପ୍ରତିଶୃତି ଦେଇଛନ୍ତି । ଦୁଃଖ ଦୁର୍ଦଶାରେ ଗତି କରୁଥିବା ଶାନ୍ତି ସି ଙ୍କ ଗରିବ ପରିବାରର ଏଭଳି ଦୁଃଖଦ ପରିସ୍ଥିତିର ସୁଧାର ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ଙ୍କ ସାହାଯ୍ୟ ନିହାତି ଆବଶ୍ୟକ ।