Below header

ଦାମ୍ପତ୍ୟ କଳହ, ବେକରେ ରସି ଲଗାଇ ଜୀବନ ହାରିଲା ସ୍ତ୍ରୀ

ପାରିବାରିକ କଳହର କରୁଣ ପରିଣତି । ବେକରେ ରସିଲଗାଇ ଜୀବନ ହାରିଲା ସ୍ତ୍ରୀ । ସୋରଡା ଥାନା ରୁମାପଲ୍ଲୀ ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ରୁବି ବିଶୋଈ ।

ସୋରଡା (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି । ବେକରେ ରସିଲଗାଇ ଜୀବନ ହାରିଲା ସ୍ତ୍ରୀ । ସୋରଡା ଥାନା ରୁମାପଲ୍ଲୀ ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ରୁବି ବିଶୋଈ ।

ସୂଚନା ଅନୁସାରେ ରୁମାପଲ୍ଲୀ ଗ୍ରାମର ରାଜୁ ବିଶୋଈ ରୁବିଙ୍କୁ ବିବାହ କରିଥିଲେ । ଦୁଇ ଦିନ ଧରି ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଓ ବଚସା ଲାଗି ରହିଥିଲା ଗତକାଲି ରାତିରେ ଘରେ କିଏ ନ ଥିବା ସମୟରେ ବେକରେ ରସି ଲଗାଇ ଜୀବନ ହାରିଥିବା ଜଣାପଡିଛି । ରାଜୁ ବିଶୋଈ ଏହି ଘଟଣା ସମ୍ପର୍କରେ ସୋରଡା ଥାନାରେ ଜଣାଇବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.