ବିରୋଧ ପ୍ରଦର୍ଶନକାରୀ ଭାରତୀୟ, ପ୍ରଦର୍ଶନ ପାଇଁ ଜାଗା ଚିହ୍ନଟ କରନ୍ତୁ ସରକାର: ହାଇକୋର୍ଟ

ଏହି ଲୋକମାନେ ଭାରତୀୟ ନାଗରିକ । ସେମାନଙ୍କୁ ଦେଶରେ ମୁକ୍ତ ଭାବରେ ବୁଲିବାର ଅଧିକାର ଅଛି । ରାଜ୍ୟ ସରକାର ଏପରି ଅଞ୍ଚଳ ଚିହ୍ନଟ କରନ୍ତୁ, ଯେଉଁଠାରେ ଏହି ଲୋକମାନେ ବିରୋଧ ପ୍ରଦର୍ଶନ କରିପାରିବେ ।

କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । କୋର୍ଟଙ୍କ ତରଫରୁ କୁହାଯାଇଛି ଯେ ଏହି ଲୋକମାନେ ଭାରତୀୟ ନାଗରିକ । ସେମାନଙ୍କୁ ଦେଶରେ ମୁକ୍ତ ଭାବରେ ବୁଲିବାର ଅଧିକାର ଅଛି । ରାଜ୍ୟ ସରକାର ଏପରି ଅଞ୍ଚଳ ଚିହ୍ନଟ କରନ୍ତୁ, ଯେଉଁଠାରେ ଏହି ଲୋକମାନେ ବିରୋଧ ପ୍ରଦର୍ଶନ କରିପାରିବେ ।

ବାସ୍ତବରେ, କୃଷକଙ୍କ ପଦଯାତ୍ରାକୁ ଦୃଷ୍ଟିରେ ରଖି ହରିୟାଣାର ଅନେକ ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଥିଲା ଏବଂ କିଛି ସୀମାକୁ ସିଲ୍ କରାଯାଇଥିଲା । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଘଟଣାର ଗୋଟିଏ ଦିନ ପରେ ପିଟିସନ ଦାଖଲ କରାଯାଇଥିଲା ।

ଏହି ପ୍ରସଙ୍ଗରେ ହାଇକୋର୍ଟ ମଙ୍ଗଳବାର ପରାମର୍ଶ ଦେଇଛନ୍ତି ଯେ ଯଦି କୌଣସି ବିରୋଧ ପ୍ରଦର୍ଶନ କିମ୍ବା ଆନ୍ଦୋଳନ ହେବାର ଅଛି, ତା’ ହେଲେ ରାଜ୍ୟ ସରକାର ଏହା ପାଇଁ ସ୍ଥାନ ଚିହ୍ନଟ କରନ୍ତୁ ।

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନେତୃତ୍ୱାଧୀନ ଆପ୍‌ ସରକାର ଏବଂ ହରିୟାଣାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ନୋଟିସ୍‌ ଦିଆଯାଇଥିଲା । ହାଇକୋର୍ଟ ମଧ୍ୟ ନୋଟିସ୍‌ ଜାରି କରିଥିଲେ, ଯେଉଁଥିରେ ପଞ୍ଜାବ, ହରିୟାଣା ଏବଂ କେନ୍ଦ୍ର ସରକାରଙ୍କୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା । ହାଇକୋର୍ଟ ଚାହୁଁଛନ୍ତି ଯେ ସମସ୍ତ ପକ୍ଷ ଏକାଠି ବସି ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ କରନ୍ତୁ ।

Leave A Reply

Your email address will not be published.