ଆସିଲା ନୂଆ ଟେକ୍ନୋଲୋଜି, ମୃତ୍ୟୁ ପରେ ବି ନିଜ ସମ୍ପର୍କୀୟଙ୍କୁ ଭେଟିବାର ମିଳୁଛି ସୁଯୋଗ

ଆଜିର ଡିଜିଟାଲ ଦୁନିଆରେ ଏମିତି ଟେକନିକ୍‌ ଆସୁଛି ଯାହା ଦ୍ୱାରା ଆମେ ଆମ ମୃତ ପ୍ରିୟଜନଙ୍କୁ ଅତି ସହଜରେ ଭେଟି ପାରିବା । କିନ୍ତୁ ଏଥିପାଇଁ ଆମକୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ଏହି ସୁବିଧା କେଉଁଠାରେ ମିଳୁଛି ।

ଯିଏ ପୃଥିବୀକୁ ଆସେ ତାକୁ ଦିନେ ନା ଦିନେ ଏ ଦୁନିଆ ଛାଡ଼ି ଯିବାକୁ ପଡିଥାଏ । କାରଣ ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । କିନ୍ତୁ ଯେତେବେଳେ ଆମ ସମ୍ପର୍କୀୟମାନେ ଆମକୁ ଛାଡ଼ି ଚାଲିଯାଆନ୍ତି, ଆମକୁ ବହୁତ କଷ୍ଟ ହୁଏ । ତାଙ୍କର ଅନୁପସ୍ଥିତି କେବେ ପୂରଣ ହୋଇପାରେ ନାହିଁ । ଆମେ ବର୍ଷ ବର୍ଷ ଧରି ସେମାନଙ୍କୁ ମନେ ପକାଉ ଏବଂ ସେମାନଙ୍କୁ କେବେବି ଭୁଲି ପାରୁ ନାହିଁ । କିନ୍ତୁ ଏବେ ଏମିତି ଟେକ୍ନୋଲୋଜି ଆସିଛି, ଯାହା ଦ୍ୱାରା ଆମେ ଆମ ସମ୍ପର୍କୀୟଙ୍କୁ ମୃତ୍ୟୁ ପରେ ବି ଭେଟି ପାରିବା । ଆପଣଙ୍କୁ କଥା ଟା ବିଶ୍ୱାସ ହେଉ ନଥିବ । କିନ୍ତୁ AI ଯୁଗରେ ସବୁ ସମ୍ଭବ । ଆଜିର ଡିଜିଟାଲ ଦୁନିଆରେ ଏମିତି ଟେକନିକ୍‌ ଆସୁଛି ଯାହା ଦ୍ୱାରା ଆମେ ଆମ ମୃତ ପ୍ରିୟଜନଙ୍କୁ ଅତି ସହଜରେ ଭେଟି ପାରିବା । କିନ୍ତୁ ଏଥିପାଇଁ ଆମକୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ଏହି ସୁବିଧା କେଉଁଠାରେ ମିଳୁଛି ।

ଚୀନ୍‌ର ଲୋକମାନେ ନିଜ ପ୍ରିୟଲୋକଙ୍କୁ ମନେ ପକାଇବା ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ସାହାଯ୍ୟରେ ଚୀନର ଲୋକମାନେ ସେମାନଙ୍କର ମୃତ ପ୍ରିୟଜନଙ୍କ ଜୀବନ୍ତ ମଡେଲ୍‌ ସୃଷ୍ଟି କରୁଛନ୍ତି । ଘଣ୍ଟା ଘଣ୍ଟା ଧରି ସେମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ନିଜ ମନର କଥାକୁ ମୃତ ଲୋକଙ୍କ ସହ ସେୟାର କରୁଛନ୍ତି । ମୃତ ଲୋକମାନଙ୍କୁ ‘ପୁନର୍ଜୀବିତ’ କରିବାର ଏହା ଏକ ନିଆରା ଉପାୟ, ଯାହା ଖୁବ୍‌ ଲୋକପ୍ରିୟ ହେଉଛି ।

ସାଉଥ୍ ଚୀନ୍‌ ମର୍ନିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ ଏହା ଚୀନରେ ‘ଘୋଷ୍ଟ୍‍ ବଟ୍’ ଭାବେ ବେଶ୍‌ ଜଣାଶୁଣା । କିଛି ଲୋକ ତାଙ୍କ ଗର୍ଲଫ୍ରେଣ୍ଡର AI ମଡେଲ୍‌ କରୁଛନ୍ତି ତ ଆଉ କେହି ତାଙ୍କ ସ୍ତ୍ରୀର AI ମଡେଲ୍‌ ତିଆରି କରୁଛନ୍ତି । କିଏ ନିଜ ପୁଅର AI ମଡେଲ୍‌ କରୁଛି ତ କିଏ ନିଜ ମୃତ ମା’ ବାପାଙ୍କ AI ମଡେଲ୍‌ କରୁଛି । କିନ୍ତୁ ଅଧିକାଂଶ ଲୋକ ସେମାନଙ୍କର ମୃତ ପିଲାମାନଙ୍କର AI ମଡେଲ୍‌ ତିଆରି କରୁଛନ୍ତି । ଲୋକମାନେ ଏଥିପାଇଁ ୫,୦୦୦ ରୁ ୧୦,୦୦୦ ୟୁଆନ୍ ଖର୍ଚ୍ଚ କରୁଛନ୍ତି । ଅନେକ ଲୋକ ଏଥିପାଇଁ ପାଣି ଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । AI ଫାର୍ମ ସୁପର ବ୍ରେନର ଫାଉଣ୍ଡର ଝାଙ୍ଗ୍‌ ଜେୱାଇ କହିଛନ୍ତି ଯେ ଟେକ୍ନୋଲୋଜି ଦ୍ୱାରା ଆମେ ଆମ ମୃତ ପ୍ରିୟଜନଙ୍କ ନିକଟତର ହେବାକୁ ସୁଯୋଗ ପାଉଛୁ । କେବଳ ୩୦ ସେକେଣ୍ଡର ଅଡିଓ ଭିଜୁଆଲ୍ କଣ୍ଟେଣ୍ଟ ଦ୍ୱାରା ହଜାର ହଜାର ପରିବାର ନିଜ ପ୍ରିୟଜନଙ୍କୁ ଭେଟି ପାରୁଛନ୍ତି । କମ୍ପାନୀ ଦ୍ୱାରା ଏପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ସମସ୍ତ କଣ୍ଟେଣ୍ଟ ମଧ୍ୟରୁ, ଅଧିକ ଗ୍ରାହକ ବୃଦ୍ଧ ପିତାମାତା ରହିଛନ୍ତି, ଯେଉଁମାନେ ସେମାନଙ୍କର ସନ୍ତାନ ହରାଇଛନ୍ତି ।

ତେବେ ଏହା କେମିତି ସମ୍ଭବ ହେଉଛି, ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ । ଏହାକୁ ନେଇ ଝାଙ୍ଗ୍‌ କହିଛନ୍ତି ତାଙ୍କ ଟିମ୍‌ 3D ଡିଜିଟାଲ୍ ଇମେଜ୍ ତିଆରି କରୁଛି । ପରେ ଲୋକମାନେ ନିଜ ମୃତ ସମ୍ପର୍କୀୟଙ୍କୁ ଭେଟି ପାରୁଛନ୍ତି । ତାଙ୍କ ଟିମ୍‌ ଏପର୍ଯ୍ୟନ୍ତ ୬୦୦ ରୁ ଅଧିକ ପରିବାର ପାଇଁ ଏପରି କଣ୍ଟେଣ୍ଟ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ମୃତକଙ୍କ ଫଟୋଗ୍ରାଫ, ଭିଡିଓ ଏବଂ ଅଡିଓ ରେକର୍ଡିଂ ଆବଶ୍ୟକ ହୋଇଥାଏ । କମ୍ପାନୀ ପାଖରେ ଥିବା ସମସ୍ତ ଜିନିଷକୁ ନେଇ ମୃତ ଲୋକଙ୍କ 3D ଡିଜିଟାଲ୍ ଇମେଜ୍ ବା କ୍ଲୋନିଂ କରାଯାଏ । ଯାହା ଦ୍ୱାରା ଲୋକମାନେ ନିଜ ମୃତ ସର୍ମ୍ପର୍କୀୟଙ୍କ ସହ ସମୟ ବିତାଇ ପାରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.