Below header

ନିର୍ବାଚନ ପାଇଁ ଟିକେଟ କସରତ ଜାରି, ଆଜି କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ

ଭୁବନେଶ୍ବର (କେନ୍ୟୁଜ୍) : ନିର୍ବାଚନ ପାଇଁ ଟିକେଟ କସରତ ଜାରି । ଆଜି କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ବୋଲି ସୂଚନା ଦେଇଥିଲେ କହିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପ୍ରଥମ ଓ ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ । ଓଡ଼ିଶା ପ୍ରଦେଶ ନିର୍ବାଚନ କମିଟି ପକ୍ଷରୁ ପଠାଯାଇଥିବା ପ୍ରାର୍ଥୀ ତାଲିକା ଉପରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବୈଠକରେ ବିଚାର ବିମର୍ଶ କରାଯାଇଛି । କିଛି ଆସନରେ ଏକାଧିକ ଆଶାୟୀ ଅଛନ୍ତି ଥିବାରୁ ସେଠାରେ ଜଣେ ଜଣେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରି ସେମାନଙ୍କ ନାମ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିକୁ ସୁପାରିଶ କରାଯାଇଛି । ପରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଆଲୋଚନା ହୋଇଛି । ସମସ୍ତ ବର୍ଗକୁ ପ୍ରାଥମିକତା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.