ନବୀନ ନିବାସରେ କମୁନି ଆଶାୟୀଙ୍କ ଭିଡ଼, ଦିନରୁ ରାତି ଯାଏ ଲାଗି ରହୁଛି ଗହଳି

ଭୁବନେଶ୍ବର (କେନ୍ୟୁଜ୍) : ଭଦ୍ରକ ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକଙ୍କ ସହ ଜିଲ୍ଲା ପର‌୍ୟ୍ୟବେକ୍ଷକଙ୍କୁ ଗତକାଲି ସଂଧ୍ୟାରେ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଟିକେଟ କସରତ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଛି ବୋଲି କୁହାଯାଉଛି । ସେହିପରି ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ବି ଦେଖିବାକୁ ମିଳିଥିଲା । ଦିନକ ତଳେ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଏହା ପରେ ରାଉରକେଲାର ସୁନ୍ଦରଗଡ଼ ଜିଲ୍ଲାର ବହୁ ହେଭିୱେଟ୍ ନେତାଙ୍କୁ ଦେଖିବାକୁ ମିଳିଥିଲା ।

ପୂର୍ବତନ ବିଧାୟକ ସାରଦା ନାୟକ, ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀ ନବୀନ ନିବାସ ଯାଇଥିଲେ । କୁହାଯାଉଛି, ଦିଲ୍ଲୀପ ରାୟ ଯେକୌଣସି ମୁହୂର୍ତ୍ତରେ ବିଜେଡିରେ ଯୋଗ ଦେଇପାରନ୍ତି । ଗୋଟିଏ ପଟେ ଟିକେଟ କସରତ ଚାଲିଥିବା ବେଳେ ଅନ୍ୟପଟେ ବିଜେଡି ସୁପ୍ରିମୋ ମାଷ୍ଟରଷ୍ଟ୍ରୋକ ଖେଲିଛନ୍ତି । ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବା ପାଇଁ ଗୁରୁତର ସହ ବିବେଚନା କରୁଛନ୍ତି ବୋଲି କହିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । କିନ୍ତୁ ଏସବୁ ଭିତରେ ଏବେ ବିଜେଡି ସୁପ୍ରିମୋଙ୍କ ପ୍ରାର୍ଥୀ ଘୋଷଣାକୁ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.