Below header

ବୈଷୟିକ ତାଲିମ ନେବେ ବିଦ୍ୟୁତ ବିଭାଗ କର୍ମଚାରୀ, ସ୍କିଲ ଡେଭେଲପମେଣ୍ଟ ସେଣ୍ଟରର ଶୁଭାରମ୍ଭ କଲେ ଶକ୍ତିମନ୍ତ୍ରୀ

କଟକ(କେନ୍ୟୁଜ୍): ବୈଷୟିକ ତାଲିମ ନେବେ ବିଦ୍ୟୁତ ବିଭାଗ କର୍ମଚାରୀ। ଶିକ୍ଷା ଲାଭ କରିବା ସହ ଉନ୍ନତ ଜ୍ଞାନକୌଶଳ ବି ଆହରଣ କରିବେ। ଏନେଇ ରାଜ୍ୟର ଦ୍ୱିତୀୟ ସ୍କିଲ ଡେଭେଲପମେଣ୍ଟ ସେଣ୍ଟରର ଶୁଭାରମ୍ଭ ହୋଇଛି। କଟକ ବାଦାମବାଡ଼ି TPCODL କାର୍ଯ୍ୟାଳୟ ପରିସରରେ ଏହାର ଶୁଭାରମ୍ଭ କରିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ। ନୂଆ ନୂଆ ଯନ୍ତ୍ରପାତିକୁ ବ୍ୟବହାର କରି ଲାଇନମ୍ୟାନ, ମିଟର ରିଡ଼ର ଓ ମେକାନିକ ମାନେ ଦକ୍ଷ ହୋଇପାରିବେ। ଏହି ତାଲିମ ନେବା ଦ୍ୱାରା ସାଧାରଣ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ପାରିବ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ।

ଏହି ତାଲିମ କେନ୍ଦ୍ରରେ ପ୍ରତି ବର୍ଷ ଦୁଇ ହଜାର ଲୋକ ତାଲିମ ନେବାର ବ୍ୟବସ୍ଥା ରହିଛି। ଏହାଛଡା ବିଭିନ୍ନ ଆଇଟିଆଇର ଛାତ୍ରଛାତ୍ରୀ ମାନେ ମଧ୍ୟ ଏଠାରେ ତାଲିମ ନେଇପାରିବେ। ଖୁବଶୀଘ୍ର ଏ ନେଇ ବିଭିନ୍ନ ITI ସହ ଏମଓୟୁ ସ୍ୱାକ୍ଷର କରାଯିବ। ଆଗାମୀ ୧୫ ଦିନ ଭିତରେ ଆହୁରି ତିନିଟି ସ୍କିଲ ଡେଭେଲପ୍‌ମେଣ୍ଟ ସେଣ୍ଟର ଖୋଲାଯିବ ବୋଲି ଟାଟା ପାୱାର ମୁଖ୍ୟ ସୂଚନା ଦେଇଛନ୍ତି।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.