Below header

ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ହାତୀ ଆକ୍ରମଣ, ୧ ମୃତ ଓ ଜଣେ ଗୁରୁତର

ଗଞ୍ଜାମ: ହାତୀ ଆକ୍ରମଣରେ ଗଲା ପ୍ରାଣ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହାତୀ ଆକ୍ରମଣରେ ଜଣକ ଜୀବନ ଯାଇଛି। ଗାଁର ଆଲୁ ଛାଲେୟା ଖଳାରେ କଟା ଧାନକୁ ଜଗି ଶୋଇଥିବା ବେଳେ ରାତି ଅଧରେ ହାତୀ ଆସି ଧାନ ଖାଇଥିଲା । ହାତୀ ଘଉଡାଇବାକୁ ଯାଇ ଆଲୁ ଟର୍ଚ୍ଚ ମାରିବା ପରେ ହାତୀ ତାଙ୍କୁ ଟେକି ନେଇ କଚାଡ଼ି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଗ୍ରାମବାସୀମାନ ବନ ବିଭାଗକୁ ଖବର ଦେବା ପରେ ହାତୀକୁ ଘଉଡ଼ାଇ ମୃତଦେହ ଉଦ୍ଧାର କରାଯାଇଛି।

କେନ୍ଦୁଝର ବରାଙ୍ଗ ଜଙ୍ଗଲ ନିକଟରେ ଦନ୍ତା ହାତୀ ଆତଙ୍କ: 

hatiଘର ଭାଙ୍ଗି ଯୁବକଙ୍କୁ ଦଳି ଦେଲା ଦନ୍ତା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବରାଙ୍ଗ ଜଙ୍ଗଲ ନିକଟରେ ଦନ୍ତା ହାତୀ ଆତଙ୍କ । ଗତକାଲି ସଂଧ୍ୟାରେ ଜଙ୍ଗଲରେ ଉପଦ୍ରବ କରି ନିକଟ ନାନିକାବାହାଳି ଗାଁରେ ପଶିଥିଲା । ଜଳିଆ ପୂର୍ତ୍ତି ନାମକ ଯୁବକ ଘର ବାରଣ୍ଡାରେ ବସିଥିବା ବେଳେ ତାଙ୍କୁ ଦଳି ଦେଇଥିଲା । ଗୁରୁତର ଅବସ୍ଥାରେ ବନବିଭାଗ କର୍ମଚାରୀମାନେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲୁ ରହିଛି । ସେପଟେ ଗାଁରେ ଏବେ ବି ଦନ୍ତା ହାତୀ ରହିଥିବାରୁ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରିଛନ୍ତି ବନବିଭାଗ । ହାତୀ ଉପରେ ବନବିଭାଗ ନଜର ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.