Below header

ବିଶ୍ୱ ପ୍ରସିଦ୍ଧ ‘ଆଇଫିଲ ଟାୱାର’କୁ ଦୁଇ ଦୁଇ ଥର ବିକ୍ରି କରିବାକୁ ଉଦ୍ୟମ କରିଥିଲେ ଏହି ବ୍ୟକ୍ତି

ଆପଣ ତ ଅନେକ ଠକଙ୍କ ବିଷୟରେ ନିଶ୍ଚିତ ରୂପେ ଶୁଣିଥିବେ । କିନ୍ତୁ ଏହି ଠକ ବିଷୟରେ ଶୁଣିଲେ ଆପଣ ନିଶ୍ଚିତ ଭାବେ ନିଜ ମୁଣ୍ଡରେ ହାତ ଦେଇଦେବେ । ଏମିତି ସେମିତି ନୁହେଁ ଏହି ବ୍ୟକ୍ତି ଜଣକ ବିଶ୍ୱ ପ୍ରସିଦ୍ଧ ଆଇ ଫିଲ ଟାୱାରକୁ ଦୁଇ ଦୁଇ ଥର ବିକିବା ପାଇଁ ଚେଷ୍ଟା କରିଥିଲେ । ପାଞ୍ଚଟି ଭାଷାରେ ଦକ୍ଷ ଥିବା ଏହି ବ୍ୟକ୍ତି ଜଣଙ୍କୁ ଅତି କମରେ ସେସମୟରେ ୪୭ ଟି ନାଁ ପରିଚିତ ଥିଲେ । କିନ୍ତୁ ତାଙ୍କର ଅସଲି ନାମ ଏପର୍ଯ୍ୟନ୍ତ କାହାକୁ ବି ଜଣା ନାହିଁ । କିଛି ପୁରୁଣା ଦସ୍ତାବିଜ ଅନୁଯାୟୀ ଏହି ବ୍ୟକ୍ତି ଜଣଙ୍କର ଜନ୍ମ ୧୮୯୦ ମସିହା ଅକ୍ଟୋବର ମାସ ୧ ରତରିଖରେ ହୋଷ୍ଟନ ଠାରେ ହିଁ ହୋଇଥିଲା ।

eifel tower

ଯାହାକୁ ବି ‘ଚେକ ଗଣରାଜ୍ୟ’ ନାଁରେ ଜଣାଯାଏ । କିନ୍ତୁ ତାଙ୍କ ବିଷୟରେ ତଦନ୍ତ କରୁଥିବା ଅଫିସର ମାନେ କହିଛନ୍ତି କି ନିଜ ଜୀବନ କାଳ ଭିତରେ ସେ ଏତେ ମିଛ କହିଛନ୍ତି ଯେ ତା ଭିତରୁ କେଉଁଟା ସତ ତାହା ଜାଣିବା ବି ଖୁବ କଷ୍ଟକର । ଆମେରିକାର ଏକ ସିକ୍ରେଟ ଏଜେନ୍ସି ଅନୁଯାୟୀ ୧୯୨୫ ମସିହା ମେ ମାସରେ ଏହି ବ୍ୟକ୍ତି ଜଣକ ପ୍ୟାରିସ ଯାଇଥିଲେ । ପ୍ୟାରିସର ଏକ ବିଳାଶମୟ ହୋଟେଲରେ ନିଜକୁ ଏକ ବରିଷ୍ଠ ଫ୍ରାନ୍ସ ଅଧିକାରୀର ପରିଚୟ ଦେଇ ସେଠାକାର ବଡ ବଡ ଉଦ୍ୟୋଗପତିଙ୍କ ସହ ମିଟିଂର ଆୟୋଜନ କରିଥିଲେ । ଏହି ମିଟିଙ୍ଗ ସମୟରେ ହିଁ ସେ ଆଇଫିଲ ଟାୱାରର ନିଲାମ ନେଇ ପ୍ରସ୍ତାଵ ରଖିଥିଲେ । ଆଉ ସବୁଠୁ ଆଶ୍ଚର୍ଯ୍ୟକର କଥା କି ସେଠାରେ ଉପସ୍ଥିତ ଥିବା କୌଣସି ବ୍ୟବସାୟୀଙ୍କର ତାଙ୍କ ପ୍ରସ୍ତାଵ ଉପରେ ସନ୍ଦେହ ହୋଇନଥିଲା ।

eifel tower

ଏହି ପରି ଭାବେ ଏହି ବ୍ୟକ୍ତି ଦୁଇ ଦୁଇ ଥର ଟାୱାର ବିକିବାର ପ୍ରସ୍ତାଵ ରଖିଥିଲେ । ତାଙ୍କର ଅନେକ ନାଁ ଥିଲେ ମଧ୍ୟ ସେ ବିକଟର ଲୁଷ୍ଟିଙ୍ଗ ନାମରେ ଅଧିକ ଜଣାଯାନ୍ତି । ଏମିତିକି ଅନେକ ଦେଶର ସରକାରଙ୍କ ଆଖିରୁ ନିଦ ଛଡାଇ ନେଇଥିଲେ । ଯଦିବା କେବେ ଧରାଯାଇ ଜେଲ ଦଣ୍ଡ ଭୋଗୁଥିଲେ । କିନ୍ତୁ ଜେଲ ଭାଙ୍ଗି ଖସିପଳାଇବା ଯେମିତି ତାଙ୍କ ବାଁ ହାତର ଖେଳ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଆମେରିକା ସରକାରଙ୍କ ଦ୍ୱାରା ବନ୍ଦୀ ହୋଇଥିବା ସମୟରେ ୧୯୪୭ ମସିହା ମାର୍ଚ୍ଚ ୧୧ ତାରିଖରେ ଏହି ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଠକ ଜଣକଙ୍କର ଜୀବନ ଶୈଳୀ ଖୁବ ଆଡମ୍ବରପୂର୍ଣ୍ଣ ଜୀବନ ଯାପନ ବିତେଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.