ଘରେ ପ୍ରସ୍ତୁତ କରନ୍ତୁ ନୂଆ ଷ୍ଟାଇଲରେ ‘ମସଲା ପରଟା’, ଥରେ ଖାଇଲେ କହିବେ ଓଃ କି ସ୍ୱାଦ

ଅଧିକାଂଶ ଘରେ ବ୍ରେକଫାଷ୍ଟ କିମ୍ବା ଡିନରରେ ପରଟା ତିଆରି ହୋଇଥାଏ। ଆଉ ଥଣ୍ଡାରେ ତ ଗରମା ଗରମ ପରଟାର ମଜା ତ କିଛି ଅଲଗା ପ୍ରକାର। ଯଦି ଆପଣ ଚାହିଁବେ ତ ପ୍ଲେନ୍‌ ପରଟା ଯାଗାରେ ମସଲା ପରଟା ବନାଇ ପାରିବେ। ଏଥଚିପାଇଁ ଅଧିକ ଟିକେ କଷ୍ଟ ହୋଇଥାଏ କିନ୍ତୁ ସ୍ୱାଦରେ ପୂରା ଜବରଦସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବାର ପ୍ରସ୍ତୁତି।

ଆବଶ୍ୟକ ସାମଗ୍ରୀ

-୨ କପ୍‌ ଅଟା

-୧ ଚାମଚ ତେଲ

-୧/୪ ଚାମଚ ଜୀରା

-୧/୪ ଚାମଚ ଜୁଆଣୀ

-୧/୪ ଚାମଚ ଗୋଲମରୀଚ ଗୁଣ୍ଡ

-୧/୪ ଚାମଚ ହଳଦୀ ପାଉଡର

-ଅଧା ଚାମଚ ଗରମ ମସଲା ପାଉଡର

-ଅଧା ଚାମଚ ଆମଚୂର ପାଉଡର

-୧ କପ୍‌ ପାଣୀ

-ଘିଅ କିମ୍ବା ତେଲ ଆବଶ୍ୟକ ଅନୁଯାୟୀ

parataପ୍ରସ୍ତୁତି ପ୍ରଣାଳୀ

-୨ କପ୍‌ ଅଟା ନିଅନ୍ତୁ, ସେଥିରେ ସବୁ ମସଲାକୁ ମିକ୍ସ କରିଦିଅନ୍ତୁ। ଏହାପରେ ଏକ ଚାମଚ ତେଲ ଏବଂ ଅଧା କପ୍‌ ପାଣି ମିଶାଇ ଚକଟନ୍ତୁ।

-ଏହାକୁ ଚକଟିବା ସମୟରେ ଆବଶ୍ୟକ ପଡିଲେ ପାଣି ପକାନ୍ତୁ।

-ଏହାପରେ ଏହାକୁ ଭଲଭାବେ ଚକଟି ଗୋଲା ପ୍ରସ୍ତୁତ କରନ୍ତୁ। ଏହାକୁ ବେଲି ଦିଅନ୍ତୁ।

-ଏହାପରେ ତାଓ୍ଵା ଗରମ କରି ଏହାକୁ ପକାଇ ସେକନ୍ତୁ।

-ଯେତେବେଳେ ଏହା ଦୁଇ ପଟରୁ ଭଲ ଭାବେ ହୋଇଯିବ ତାହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।

-ଏହାପରେ ଏହାକୁ ଗରମା ଗରମ ସର୍ଭ କରନ୍ତୁ। ଦେଖିବେ ଟେଷ୍ଟ ପୂରା ଅଲଗା ପ୍ରକାର ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.