Below header

ଟେଷ୍ଟ ମ୍ୟାଚ୍‌ରେ ଗୋଟିଏ ଓଭର୍‌ରେ ୨୮ ରନ୍‌, ବିଶ୍ୱ ରେକର୍ଡ଼ରେ ସାମିଲ ହେଲେ କେଶବ ମହାରାଜ

ଲଣ୍ଡନ୍‌ : ଦକ୍ଷିଣ ଆଫ୍ରିକା ସ୍ପିନ ବୋଲର୍‌ କେଶବ ମହାରାଜ ବ୍ୟାଟିଂରେ କଲେ ରେକର୍ଡ଼ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ କେଶବ ଗୋଟିଏ ଓଭର୍‌ରେ ୨୮ ରନ୍‌ ସ୍କୋର କରି ବିଶ୍ୱ ରେକର୍ଡ଼ର ସମକକ୍ଷ ହୋଇଛନ୍ତି ।

KESHAV-1ଗତକାଲି ମ୍ୟାଚ୍‌ର ପଞ୍ଚମ ଦିନରେ ଇନିଂସ୍‌ର ୮୨ତମ ଓଭରରେ ବୋଲିଂ କରିଥିଲେ ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍‌ । ତାଙ୍କ ବଲ୍‌ରେ ଲଗାତର ପ୍ରହାର କରି କେଶବ ୨୮ ରନ୍‌ ସଂଗ୍ରହ କରିଥିଲେ । ସେ ପ୍ରଥମ ତିନିଟି ବଲ୍‌ରେ ‘ହ୍ୟାଟ୍ରିକ୍‌’ ଚୌକା ମାରିବା ପରେ ଲଗାତର ୨ଟି ଛକା ମାରିଥିଲେ । ତେବେ ଶେଷ ବଲ୍‌ଟି ବାଇ ଜରିଆରେ ଚୌକା ହୋଇଥିଲା । ପୂର୍ବରୁ ଏହି ରେକର୍ଡ଼ େଓ୍ଵଷ୍ଟଇଣ୍ଡିଜ୍‌ର ବ୍ରାଏନ୍‌ ଲାରା, ଜର୍ଜ ବେଲୀ ଓ ସାହିଦ ଆଫ୍ରିଦିଙ୍କ ନାଁରେ ରହିଛି । ଏମାନେ ସମସ୍ତେ ଗୋଟିଏ ଓଭର୍‌ରେ ୨୮ ରନ୍‌ ସଂଗ୍ରହ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.