Below header

ଲୋନ୍‌ ସୁଝିବା ପରେ ବି ଘରେ ପୂରାଇ ଦେଲାନି ବ୍ୟାଙ୍କ୍‌, ପିଲା ଛୁଆଙ୍କୁ ଧରି ବାରଣ୍ଡାରେ ପରିବାର

ବ୍ୟାଙ୍କ୍‌ରୁ ଲୋନ ଆଣି ଘର କଲେ । ଏହା ପରେ ସୁଝିଲେ । ହେଲେ ବକେୟା ଥିବା କହି ଘରୁ ବାହାର କରିଦେଲା ବ୍ୟାଙ୍କ । ଘରେ ତାଲା ମାରି ଜିନିଷ ପତ୍ର ବାହାର କରିଦେଲେ । ଏବେ ପିଲା ଛୁଆ ଧରି ଘର ଦାଣ୍ଡରେ ବସିଛନ୍ତି ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଅଞ୍ଚଳର ରାଧା ମାଧବ ମହାପାତ୍ର ।

ଭୁବନେଶ୍ୱର (କେନ୍ୟୁଜ): ବ୍ୟାଙ୍କ୍‌ରୁ ଲୋନ ଆଣି ଘର କଲେ । ଏହା ପରେ ସୁଝିଲେ । ହେଲେ ବକେୟା ଥିବା କହି ଘରୁ ବାହାର କରିଦେଲା ବ୍ୟାଙ୍କ । ଘରେ ତାଲା ମାରି ଜିନିଷ ପତ୍ର ବାହାର କରିଦେଲେ । ଏବେ ପିଲା ଛୁଆ ଧରି ଘର ଦାଣ୍ଡରେ ବସିଛନ୍ତି ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଅଞ୍ଚଳର ରାଧା ମାଧବ ମହାପାତ୍ର ।

ବ୍ୟାଙ୍କ୍‌ ଅଫ ବରୋଦାରୁ ଏକ କୋଟି ୨୫ ଲକ୍ଷ ଋଣ ଆଣିଥିଲେ ରାଧା ମାଧବ । ପର୍ଯ୍ୟାୟ କ୍ରମେ ୨ କୋଟି ୬୫ ଲକ୍ଷ ସୁଝିଥିବା କହିଛନ୍ତି । ହେଲେ ବକେୟା ଥିବା କହି ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଘରୁ ବାହାର କରିଦେଇଥିବା କରିଛନ୍ତି । ଏପରିକି ଗୁଣ୍ଡା ଆଣି ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି । ପ୍ରାୟ ୪୦ ରୁ ୫୦ ଲୋକ ଆସି ମାରପିଟ କରିଥିବା କହିଛନ୍ତି ରାଧାମାଧବ । ଏପ୍ରିଲ ୧୨ ତାରିଖରୁ ପରିବାର ସହ ଘର ଦୁଆରେ ବସିବା ସହ ରାତିରେ ମନ୍ଦିର ପିଣ୍ଡାରେ ଶୋଉଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.