Below header

ନେପାଳ: କ୍ୟାଟରପିଲର୍‌ ଫଙ୍ଗସ୍‌ ଖୋଜିବାକୁ ଯାଇଥିଲା ଟିମ୍‌, ହିମସ୍ଖଳନରେ ଚାଲିଗଲା ୩ ଜୀବନ, ୧୨ ଆହତ

ନେପାଳରେ ହିମସ୍ଖଳନ ଘଟଣା କମିବାର ନାମ ନେଉନାହିଁ। ଏବେ ନେପାଳର ମୁଗୁ ଜିଲ୍ଲାରେ ହୋଇଥିବା ହିମସ୍ଖଳନରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି।

ନେପାଳରେ ହିମସ୍ଖଳନ ଘଟଣା କମିବାର ନାମ ନେଉନାହିଁ। ଏବେ ନେପାଳର ମୁଗୁ ଜିଲ୍ଲାରେ ହୋଇଥିବା ହିମସ୍ଖଳନରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ଜଣେ ସ୍ଥାନୀୟ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଯେତେବେଳେ ଜୁମ୍‌ଲା ଜିଲ୍ଲାର ଏକ ୧୫ ଜଣିଆ ଟିମ୍‌ କ୍ୟାଟରପିଲର୍‌ ଫଙ୍ଗସ୍‌ ‘ୟାର୍ସାଗୁମ୍ବା’ ଖୋଜିବାକୁ ଯାଇଥିଲେ, ସେହି ସମୟରେ ହଠାତ୍‌ ଏହି ଦୁର୍ଘଟଣା ଘଟିଥିଲା। ଶନିବାର ସେମାନେ ହିମସ୍ଖଳନ ସଂସ୍ପର୍ଶରେ ଆସିଥିଲେ। ଏଥିରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ପତରାସୀ ଗ୍ରାମୀଣ ପୌରପାଳିକା ଅଧ୍ୟକ୍ଷ ପୂର୍ଣ୍ଣା ସିଂ ବୋହୋରା କହିଛନ୍ତି, ସମସ୍ତ ୧୫ ଜଣ ଲୋକ ହିମସ୍ଖଳନରେ ଦବି ଯାଇଥିଲେ, ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲେ ଏବଂ ଅବଶିଷ୍ଟ ଲୋକ ଆହତ ହୋଇଥିଲେ।

ଆହତମାନଙ୍କୁ ଲୋକାଲ୍‌ ସ୍ୱାସ୍ଥ୍ୟ ପୋଷ୍ଟରେ ଚିକିତ୍ସା କରାଯାଉଛି। ମୁଗୁ ଜିଲ୍ଲା ମୁଖ୍ୟ ଅଧିକାରୀ ମୋହନ ବାହାଦୂର ଥାପା କହିଛନ୍ତି, ଉଦ୍ଧାର କାର୍ଯ୍ୟ ପାଇଁ ସୁରକ୍ଷା କର୍ମୀଙ୍କ ଏକ ଟିମ୍‌କୁ ଘଟଣାସ୍ଥଳକୁ ପଠାଯାଇଛି, କିନ୍ତୁ ତୁଷାରପାତ ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସୂଚନାଥାଉ କି, ଏହା ପୂର୍ବରୁ ମେ’ ୨ରେ ପଶ୍ଚିମ ନେପାଳର ଦାରଚୁଲା ଜିଲ୍ଲାରେ ଏକ ହିମସ୍ଖଳନରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.