ମୁମ୍ବାଇ ଇଣ୍ଡିଆନ୍ସ ବଏଜ୍‌ଙ୍କ ନୂଆ ଭିଡିଓ ଭାଇରଲ, ଦେଖିବାକୁ ମିଳିଲା ସ୍ୱାଗ୍‌

ଭାଇରଲ ଭିଡିଓରେ ଏକ ସ୍ଥାନରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଟିମ ଡେଭିଡ, କ୍ୟାମରୁନ ଗ୍ରୀନ, ତିଲକ ବର୍ମା ଏମାନେ ପୂର୍ବରୁ ଠିଆ ହୋଇଥିବା ବେଳେ ଈଶାନ କିଶନ ଚାଲି ଚାଲି ଆସି ସ୍ୱାଗରେ ପୋଜ ଦେଉଛନ୍ତି । ରାଜସ୍ଥାନ ରୟାଲ୍ସ ଠାରୁ ଜିତିବା ପରେ ଖୁସି ମୁଡରେ ମୁମ୍ବାଇ ଇଣ୍ଡିଆନ୍ସର ବଏ ଏମିତି ଭିଡିଓ କରି ପୋଷ୍ଟ କରିଥିଲେ ।

ଭାଇରଲ ହେଉଛି ମୁମ୍ବାଇ ଇଣ୍ଡିଆନ୍ସର ଭିଡିଓ । ଯେଉଁଥିରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଟିମ ଡେଭିଡ, କ୍ୟାମରୁନ ଗ୍ରୀନ, ତିଲକ ବର୍ମା ଏବଂ ଈଶାନ କିଶନ ନଜର ଆସୁଛନ୍ତି । ଆଉ ଏହି ଭିଡିଓକୁ ଦେଖି ଫ୍ୟାନ୍ସ ପସନ୍ଦ କରିବା ସହିତ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି କି, ସବୁ ଖେଳାଳି ସ୍ୱାଗ ମୁଡ୍‌ରେ ଗୀତର ତାଳେ ତାଳେ ପୋଜ୍‌ ଦେଉଛନ୍ତି । ଭିଡିଓରେ ଏକ ସ୍ଥାନରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଟିମ ଡେଭିଡ, କ୍ୟାମରୁନ ଗ୍ରୀନ, ତିଲକ ବର୍ମା ଏମାନେ ପୂର୍ବରୁ ଠିଆ ହୋଇଥିବା ବେଳେ ଈଶାନ କିଶନ ଚାଲି ଚାଲି ଆସି ସବୁ ନିଜ ନିଜ ସ୍ୱାଗ ଷ୍ଟାଇଲରେ ପୋଜ ଦେଉଛନ୍ତି । ଏହାକୁ ଫ୍ୟାନ୍ସ ଦେଖି ମଧ୍ୟ ବେଶ୍‌ ଖୁସି ରହିଛନ୍ତି ।

ଭିଡିଓଟି ଗତ ୬ ଦିନ ତଳେ ସୁଟିଂ କରାଯାଇଥିଲା । ଗତ ରବିବାର ଦିନ ରାଜସ୍ଥାନ ରୟାଲ୍ସ ଠାରୁ ଜିତିବା ପରେ ଖୁସି ମୁଡରେ ମୁମ୍ବାଇ ଇଣ୍ଡିଆନ୍ସର ବଏ ଏମିତି ଭିଡିଓ କରି ପୋଷ୍ଟ କରିଥିଲେ । ଆଉ ଏହି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

ମୁମ୍ବାଇରେ ଖେଳାଯାଇଥିବା ଆଇପିଏଲ୍‌ର ୧୦୦୦ତମ ମ୍ୟାଚ୍‌ରେ ମୁମ୍ବାଇ ୬ ୱିକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ୨୧୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ୩ ବଲ୍‌ ପୂର୍ବରୁ ୪ ୱିକେଟ୍‌ ହରାଇ ଏହା ହାସଲ କରିନେଇଥିଲା। ତିଳକ ବର୍ମା (୨୯*) ଓ ଟିମ୍‌‌ ଡେଭିଡ (୪୫*, ୧୪ ବଲ୍‌) ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ।  ୱାଙ୍ଖଡେ ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ଓପନର୍‌ ଯଶସ୍ବୀ ଜୟସ୍ବାଲଙ୍କ ଶତକ ବଳରେ ୭ ୱିକେଟ୍‌ ହରାଇ ୨୧୨ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.