ସନ୍ନି ଦେଓଲ୍‌ଙ୍କ ପୁଅ କରଣଙ୍କ ବିବାହ ତାରିଖ ଘୋଷଣା, ପ୍ରେମିକା ଦିଶା ଆଚାର୍ଯ୍ୟଙ୍କ ସହ ପଡ଼ିବ ହାତଗଣ୍ଠି

ବଲିଉଡ୍‌ରେ ଦେଓଲ ପରିବାରରେ ଶାହାନାଇ ବାଜିବାକୁ ଯାଉଛି। ଭେଟେରାନ୍‌ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି ତଥା ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଖୁବ୍ ଜଲ୍‌ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ବଲିଉଡ୍‌ରେ ଦେଓଲ ପରିବାରରେ ଶାହାନାଇ ବାଜିବାକୁ ଯାଉଛି। ଭେଟେରାନ୍‌ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି ତଥା ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଖୁବ୍ ଜଲ୍‌ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅନେକ ଦିନରୁ କରଣଙ୍କ ବିବାହର ଖବର ସାମ୍ନାକୁ ଆସୁଥିଲା। କିନ୍ତୁ ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ କେଉଁ ଦିନ କରଣ ବରବେଶ ସାଜି ଘୋଡ଼ୀ ଉପରେ ବସିବେ। ନିକଟରେ ଖବର ଆସିଥିଲା ଯେ କରଣ ଦେଓଲ ନିଜର ଦୀର୍ଘ ଦିନର ପ୍ରେମିକା ଦିଶା ଆଚାର୍ଯ୍ୟଙ୍କୁ ଆସନ୍ତା ଜୁନ୍ ମାସରେ ବିବାହ କରିବେ।

ଦେଓଲ ପରିବାର ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରନ୍ତି। ସନ୍ନି ଦେଓଲ ଓ ବବି ଦେଓଲ ମଧ୍ୟ ସେମାନଙ୍କ ପରିବାର ସହ ଜଡିତ ଅଧିକ ସୂଚନା ସେୟାର କରନ୍ତି ନାହିଁ। ଏମିତିରେ ସନ୍ନି ଦେଓଲ ନିଜେ ପୁଅର ବିବାହ ବିଷୟରେ ଘୋଷଣା କରିନାହାନ୍ତି। କିନ୍ତୁ ମିଳିଥିବା ସୂଚନା ଅନୁସାରେ, ଜୁନ୍‌ ୧୬ରୁ କରଣ ଓ ଦିଶାଙ୍କ ବିବାହ ରୀତିନୀତି ଆରମ୍ଭ ହେବ ଏବଂ ଜୁନ୍‌ ୧୮ରେ ସେମାନଙ୍କ ବିବାହ ସମ୍ପନ୍ନ ହେବ। ଏହା ଏକ ବ୍ୟକ୍ତିଗତ ବିବାହ ହେବ ବୋଲି କୁହାଯାଉଛି।

କରଣ ଦେଓଲଙ୍କ ବିବାହରେ ପରିବାର ବ୍ୟତୀତ ବହୁତ ଖାସ୍‌ ଲୋକ ଯୋଗ ଦେବାକୁ ଯାଉଛନ୍ତି। କରଣ ନିଜ ପ୍ରେମିକା ଦିଶାଙ୍କ ସହିତ ମୁମ୍ବାଇରେ ହିଁ ବିବାହ କରିବେ। ଅର୍ଥାତ୍ ଏହି ଦମ୍ପତିଙ୍କ ବିବାହ ରାଜକୀୟ ବିବାହ ପରି ହେବ ନାହିଁ। ଯଦିଓ ବିବାହର ବ୍ୟବସ୍ଥା ସ୍ୱତନ୍ତ୍ର ହେବ। ଦିଶା ଓ କରଣ ଗତ ୬ ବର୍ଷ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.